ପାଟଣା,ଏନ୍ଏନ୍ଏସ୍ : ଆଜିର ଡିଜିଟାଲ ଯୁଗରେ ଲୋକେ ଗୋଟିଏ କ୍ଲିକ କରି ସବୁ କଥା ଓ ତଥ୍ୟ ଜାଣିବା ପାଇଁ ବିଭିନ୍ନ ୱେବସାଇଡ ରହିଛି କିନ୍ତୁ ପଞ୍ଚାୟତିରାଜ ବିଭାଗର ୱେବସାଇଡରେ ରହିଛି ସାଂଘାତିକ ଭୁଲ ନିର୍ବାଚନର ୩ ବର୍ଷ ପରେ ମଧ୍ୟ ୱେବସାଇଡରେ ସରପଞ୍ଚଙ୍କ ନାମ ଜାଗାରେ ରହିଛି ସମିତିସଭ୍ୟଙ୍କ ନାମ ।
ସୂଚନା ଅନୁଯାୟୀ, ଓଡିଶା ସରକାରଙ୍କର ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗ ୱେବସାଇଡରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପଞ୍ଚାୟତ ସରପଞ୍ଚ ବନଜ ନାଏକଙ୍କ ପରିବର୍ତ୍ତେ ସମିତିସଭ୍ୟ ନା ଅଛି ଏହାକୁ ଅଭିଯୋଗ କରି ଖିରେଇଟାଙ୍ଗିରି ସରପଞ୍ଚ ବନଜ କୁମାର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଥି ସହିତ ଚିଠିର ନକଲ କପି ପାଟଣା ବିଡ଼ିଓଙ୍କୁ ମଧ୍ୟ ଦେଇ ଅବଗତ କରାଇଛନ୍ତି। ଶ୍ରୀ ନାଏକଙ୍କ ଅଭିଯୋଗ ଅନୁଯାୟୀ ଓଡିଶା ସରକାରଙ୍କର ୱେବସାଇଟରେ ସରପଞ୍ଚଙ୍କ ନାମ ସଠିକ ଭାବେ ଉପଲବ୍ଧ ନାହିଁ । କେବଳ ଖିରେଇଟାଙ୍ଗିରି ନୁହଁ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ନାଁ ଠିକ ଭାବରେ ଉପଲବ୍ଧ ନାହିଁ ତେଣୁ ଏହାକୁ ଯଥାଶୀଘ୍ର ସଂଶୋଧିତ କରିବା ପାଇଁ ସରପଞ୍ଚ ଶ୍ରୀ ନାଏକ ଦାବି କରି ଚିଠି ଲେଖିଛନ୍ତି।