୧୭ରେ ଓଡ଼ିଶା ଆସିବେନି ଶାହ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜୁନ୍ ୧୭ରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଗୁଜରାଟକୁ ଆସୁଥିବା ‘ବିପର୍ଯ୍ୟୟ’କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଜୁନ୍ ୧୭ ତାରିଖରେ ଅମିତ ଶାହଙ୍କର ଢେଙ୍କାନାଳରେ ସଭା କାର୍ଯ୍ୟକ୍ରମ ଥିଲା । ପରେ ଶାହଙ୍କର କେନ୍ଦ୍ରାପଡ଼ା ଓ କଟକରେ ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । ଅନ୍ୟପଟେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜୁନ୍ ୨୨ରେ ହେବାକୁ ଥିବା କଳାହାଣ୍ଡି କାର୍ଯ୍ୟକ୍ରମ ଅପରିବର୍ତ୍ତତ ରହିଛି ।