ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟ ସରକାରଙ୍କ ତରଫରୁ ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନ ନେଇ ତାଲିକା ପ୍ରସ୍ତୁତ ହୋଇଛି। ଏଥିରେ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ଭୁବନେଶ୍ୱର ବିଏମସି ଅଞ୍ଚଳକୁ ରେଡ ଜୋନରେ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧାର ଅନ୍ୟ ସମସ୍ତ ଅରେଞ୍ଜ ଜୋନରେ ରହିବ ବୋଲି ଜଣାପଡ଼ିଛି।
ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ଢ଼େଙ୍କାନାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲା ଅରେଞ୍ଜ ଜୋନରେ ରହିଛି। ବାକି ସମସ୍ତ ୧୬ ଜିଲ୍ଲାକୁ ଗ୍ରୀନ ଜୋନରେ ରଖାଯାଇଥିବା ସୂଚନା ଦିଆଯାଇଛି।