ପୁଣି ରଦ୍ଧ ହେଲା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ : ସାନି ନର୍ବାଚନ ପାଇଁ ନିର୍ଦ୍ଧେଶ ଦେଲେ ଜିଲ୍ଲା ଜର୍ଜ

ରାୟଗଡ଼ା,ଏନ୍ଏନ୍ଏସ୍ : ପୁଣି ଅସିଦ୍ଧ ଘୋଷଣା ହେଲା ଜିଲ୍ଲାପରିଷଦ ଅଧକ୍ଷ ପଦ । ଏନେଇ ମଙ୍ଗଳବାର ଜିଲ୍ଲା ଜର୍ଜ କୋଟରେ ଦ୍ୱତୀୟବାର ବିିଚାରଣ କରି ମାନ୍ୟବର ଜିଲ୍ଲା ଜର୍ଜ ସେମ ଶେଖର ଜେନା ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୧୨.୩.୨୦୧୭ ମସିହାରେ ତ୍ରିସ୍ତରିୟ ପଚାଂୟତ ନିର୍ବାଚନ ଅନ୍ତର୍ଗତ ଜିଲ୍ଲାପରିଷଦର ଅଧକ୍ଷ ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସର ପୁରୁଷତମ ଗମାଙ୍ଗ ଏବଂ ବିଜେଡ଼ିର ଗଙ୍ଗାଧର ପୁଆଲା ପ୍ରତିଦ୍ୱନ୍ଦିତା କରିଥିଲେ । ତେବେ ୨୨ ଜିଲ୍ଲାପରିଷଦ ସଭ୍ୟଙ୍କ ମଧ୍ୟରୁ ବିଜେପି ସପକ୍ଷରେ ୩ଟି ଭୋଟ ପଡ଼ିଥିବା ବେଳେ ବିଜେଡ଼ିକୁ ମିଲିଥିଲା ୯ଟି ଭୋଟ ଏବଂ କଂଗ୍ରେସର ପୁରୁଷତମ ଗମାଙ୍ଗ ୧୦ଟି ଭୋଟ ପାଇ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ତେବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ସମୟରେ ଏଥର ସରକାର ନୁଆ ନିୟମ ପ୍ରଚଳନ କରିଥିଲେ । ଏହି ନିୟମ ବଳରେ ପ୍ରତ୍ୟେକ ରାଜନୈତିକଦଳର ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ରହିବେ ଏବଂ ନିଜ ନିଜ ପର୍ଯ୍ୟବେକ୍ଷକଙ୍କୁ ଦେଖାଇ ଦଳୀୟପ୍ରାର୍ଥିଙ୍କୁ ଭୋଟ ଦେବାର ବିଧାନ ରହିଥିବା ବେଳେ ବିଜେପି ନିଜ ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇନଥିବା ବେଳେ ସେହିଦଳର ଜିଲ୍ଲାପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା କଂଗ୍ରେସ ପର୍ଯ୍ୟବେକ୍ଷକଙ୍କୁ ଦେଖାଇ ନିଜ ଭୋଟ ଦେଇଥିଲେ।

ଯାହା ଫଳରେ ପ୍ରଥମ ଗୁପ୍ତ ମତ ଦାନରେ ବ୍ୟହତ ସାଙ୍ଗକୁ ସରକାରଙ୍କ ନିର୍ବାଚନ ଆଇନର ଖିଲାଫ ହୋଇଥିଲା। ଯାହାକୁ ନେଇ ରାୟଗଡ଼ା ଯୋନ ଦୁଇର ବିଜେଡ଼ିର ଜିଲ୍ଲାପରିଷଦ ସଭ୍ୟ ଗଙ୍ଗାଧର ପୁଆଲା ଜିଲ୍ଲା ଦୈାରାଜର୍ଜଙ୍କ ଅଦାଲତରେ କରିଥିବା ମାମଲାର ଶୁଣାଣିକରି ଗତ ନଭେମ୍ବର ୧୧ ତାରିଖରେ ୨୦୧୮ରେ ଅଧକ୍ଷ ନିର୍ବାଚନ ମାମଲାକୁ ରଦ୍ଧ କରିଥିଲେ । କୋର୍ଟରେ ପୁରୁଷତମଙ୍କୁ ବାରମ୍ବାର ନୋଟିସ ସତ୍ୱେ ନିଜ ପକ୍ଷ ନରଖି ଥିବାରୁ ମାମଲାର ରାୟରେ ଅଧକ୍ଷ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇଥିଲା ।

ତେବେ ନିଜ ପକ୍ଷରଖିବାକୁ ମାନ୍ୟବର ଉଚ୍ଚନ୍ୟାୟାଳୟରେ ପୁରୁଷତମ ଗମାଙ୍ଗ ଅବେଦନ କରିବା ପରେ ପୁଣିଥରେ ମାମଲାକୁ ମୁଳରୁ ଶୁଣାଣି କରିବାକୁ ରାୟଗଡ଼ା ଜିଲ୍ଲା ଜର୍ଜଙ୍କୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଧେଶ ଦେଇଥିଲେ । ଆଜି ଏହି ମାମଲାର ବିଚରରଣା କରି ଜିଲ୍ଲା ଜର୍ଜ ଏହି ରାୟ ସୁଣାଇଛନ୍ତି । ତେବେ ଏହି ରାୟ ପରେ ପୁରୁଷତମ ନିଜ ପ୍ରତିକ୍ରିୟାରେ ପୁଣି ଉଚ୍ଚନ୍ୟାୟାଳୟରେ ଆବେଦନ କରିବେ ବୋଲି କହିଛନ୍ତି ।