ଦେବଗଡ/ରିଆମଳ,ଏନଏନଏସ : ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ରିଆମାଳ ସଦର ମହକୁମାରେ ଆଜି ପୂର୍ବାହ୍ନରେ ଦାଣ୍ଡରେ ଖେଳୁଥିବା ସମୟରେ ଜଣେ ୪ ବର୍ଷର ନାବାଳିକାଙ୍କୁ ଘର ଭିତରକୁ ଡାକି ନେଇ ୨ ଜଣ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ମିଳୀଥିବା ସୂଚନା ଅନୁଯାୟୀ, ରିଆମାଳ ବନ୍ଧସାହି ଅଂଚଳର ୪ ବର୍ଷୀୟ ନାବାଳିକା ଘର ସମ୍ମୁଖ ଦାଣ୍ଡରେ ଖେଳୁଥିବା ସମୟରେ ପଡୋଶୀ ୨ ଜଣ ନାବାଳକ ଖେଳିବା ପାଇଁ ଘରକୁ ଡାକି ନେଇ ଦୁଷ୍କର୍ମ କରିବା ସହ ନାବାଳିକାର ଗୁପ୍ତାଙ୍ଗରେ ଏକ ଚାମଚ ପୁରାଇ ଦେଇଥିଲେ। ଘରକୁ ଫେରି ନାବଳିକା ଅସୁସ୍ଥ ହେବାରୁ ନାବାଳିକାଙ୍କ ପରିବାର ଲୋକେ ଦେଖିବା ବେଳକୁ ନାବଳିକାର ଗୁପ୍ତାଙ୍ଗ କ୍ଷତାକ୍ତ ଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ପଚାରିବାରୁ ନାବଳିକା ଜଣକ ପଡୋଶୀ ୨ ନାବଳକଙ୍କ ଏଭଳି କରିଥିବା କହିବା ପରେ ନାବଳିକାଙ୍କ ମା’ଏ ନେଇ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଆଭି÷÷ଯାଗ ଆଧାରରେ ରିଆନାଳ ଥାନ ପୁଲିସ ୨ ଅଭିଯୁକ୍ତ ନାବାଳକକୁ ଅଟକ ରତ୍କ ତଦନ୍ତ ଜାରି ରଖଛି।