କେନ୍ଦୁଝର,ଏନ୍ଏନ୍ଏସ୍: ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡାଙ୍କ ଘରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ଭିଜିଲାନ୍ସ ବିଭାଗର ଏକ ଟିମ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ପଣ୍ଡାଙ୍କ ବାସଭବନରେ ଚଢ଼ଉ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ସୁବଳଙ୍କ ବାସଭବନ ଓ ସମ୍ପର୍କୀୟଙ୍କ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଏହି ସମୟରେ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ବେଳେ ଆୟ ସମ୍ପର୍କିତ ତଥ୍ୟର ସୂଚନା ମିଳିପାରି ନାହିିଁ।