ପୁଣି ଭାରରେ ବୁହା ହେଲେ ଜନନୀ

କୋରାପୁଟ : କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଆମ୍ବପଦର ଗାଁରେ ପୁଣି ଜନନୀ ଯନ୍ତ୍ରଣା ଦୃଶ୍ୟ ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ ଜଣେ ପ୍ରସୂତୀ ପୁଣି ଭାରରେ ଆମ୍ବପଦର ଗାଁରୁ ମାଣ୍ଡ୍ରାଗାଁ ଯାଏ ବୁହା ହୋଇଥିବା ରବିବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମହିଳାଙ୍କୁ ଯନ୍ତ୍ରଣା ଅନୁଭବ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ଗାଁ ରାସ୍ତା ଠିକ ନଥିବାରୁ ପରିବାର ଲୋକେ ତାଙ୍କୁ ଭାରରେ ବୋହି ଆମ୍ବପଦର ଗାଁରୁ ମାଣ୍ଡ୍ରାଗାଁ କୁ ଆଣିଥିଲେ। ଏହାପରେ ମାଣ୍ଡ୍ରାଗାଁ ରୁ ଆମ୍ବୁଲାନ୍ସରେ ତାଙ୍କୁ ଦଶମନ୍ତପୁର ମେଡ଼ିକାଲ ନିଆଯାଇଥିବା ଜଣାପଡ଼ିଛି।