ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ସମ୍ମିଳନୀରେ ସାମିଲ ହେବା ପାଇଁ ୩ ଦିନିଆ ଜାପାନ ଗସ୍ତ କରିବେ । ଏହି ସମ୍ମିଳନୀ ଏଥର ପରମାଣୁ ଆକ୍ରମଣର ଶିକାର ହୋଇଥିବା ଜାପାନର ହିରୋସୀମାରେ ହେବ । ମୋଦୀ୧୯୭୪ରେ ହୋଇଥିବା ପୋଖରଣ ପରମାଣୁ ପରୀକ୍ଷଣ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ହିରୋସୀମା ଯିବେ । ମୋଦୀଙ୍କ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୫୭ରେ ହିରୋସୀମା ଗସ୍ତ କରିଥିଲେ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ମେ’ ୧୯ରୁ ୨୧ ପର୍ଯ୍ୟନ୍ତ ଜାପାନ ଗସ୍ତ କରିବେ । ଜି-୭ ଦେଶରେ ଜାପାନ, ଫ୍ରାନ୍ସ, କାନାଡ଼ା, ଇଟାଲୀ, ଆମେରିକା, ୟୁକେ ଓ ଜର୍ମାନୀ ରହିଛନ୍ତି । ଏହି ସମ୍ମିଳନୀରେ ଭାରତ ସହ ଅନ୍ୟ ଦେଶକୁ ନିମନ୍ତ୍ରଣ କରାଯାଇଛି । ଏଥିରେ ଭାରତ ନିଜ ପ୍ରସଙ୍ଗକୁ ସଭିଙ୍କ ସମ୍ମୁଖରେ ଉପସ୍ଥାପନ କରିବ ଏବଂ ଏହାର ବାର୍ତ୍ତା ସଭିଙ୍କ ନିକଟରେ ପହଞ୍ଚିବ ବୋଲି ଆଶା କରିବ । ଏଥିସହିତ ଅନେକ ଦେଶ ସହ ଦ୍ୱି-ପାକ୍ଷିକ ଆଲୋଚନା ମଧ୍ୟ କରିବ ।