ଭୁବନେଶ୍ବର,ଏନ୍ଏନ୍ଏସ୍: ଇଷ୍ଟର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ ଟ୍ବିଟରରେ ଟ୍ୱିଟ୍ କରି ଇଷ୍ଟରର ବିଶେଷ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା | ପ୍ରଭୁ ଖ୍ରୀଷ୍ଟଙ୍କ ଉତ୍ତମ ଚିନ୍ତାଧାରାକୁ ଆମେ ମନେ ରଖିଥାଉ, ବିଶେଷକରି ଗରିବ ଏବଂ ଅଭାବୀ ଲୋକଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଇଷ୍ଟର ଆମକୁ କୋଭିଡ-୧୯ର ମୁକାବିଲା କରିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାର୍ତ୍ତା ଦେଇଛନ୍ତି।
