ପିକଅପ୍ ଭ୍ୟାନକୁ ପଛପଟୁ ପିଟିଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନଂ ରାଜପଥର ଖିରେଇଟାଙ୍ଗିରି ନିକଟରେ ରବିବାର ଜହ୍ନେଇ ନାଳର ଡାଇଭରସନ ପୋଲ ଉପରେ ଏକ ପିକଅପ୍ ଭ୍ୟାନକୁ ଏକ ଟ୍ରଲର ପଛପଟୁ ଧକ୍କା ଦେଇଛି। ଫଳରେ ପିକଅପ୍ ଭ୍ୟାନଟି ଡିଭାଇଡରକୁ ଭାଙ୍ଗି ପୋଲରେ ଝୁଲି ରହିଛି।

ଏହି ସମୟରେ ଗାଡ଼ିରେ ଉପସ୍ଥିତ ଥିବା ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଉଭୟ ଗାଡିକୁ ଜବତ କରିଛି।