ଘର ଆଗରୁ ବୋଲେରୋ ପିକଅପ୍ ଭ୍ୟାନ୍ ଚୋରି

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡର ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟୀ ପଞ୍ଚାୟତ ଆଦିବାସୀ ଗ୍ରାମର ରାଜେଶ କୁମାର ସାହୁଙ୍କ ଘର ଆଗରେ ଥିବା ତାଙ୍କ ବୋଲେରୋ ପିକଅପ୍ ଭ୍ୟାନ କେହି ଜଣେ ଦୁର୍ବୃତ୍ତ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି । ସକାଳୁ ଉଠି ଘର ଆଗରେ ଗାଡ଼ି ନଥିବା ଦେଖି ରାଜେଶ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ବହୁ ଖୋଜାଖୋଜି କରିବା ପରେ ନମିଳିବାରୁ ଏନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।