ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କୁ ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ଫୁଫୁଗାଁ ଗ୍ରାମର ଗ୍ରାମବାସୀ ଭେଟିଛନ୍ତି । ଉକ୍ତ ଗ୍ରାମର ପୁରୁଷ ଓ ମହିଳା ଆସି ବିଧାୟକଙ୍କ ବାସଭବନରେ ଭେଟିଛନ୍ତି । ଉକ୍ତ ଗ୍ରାମରେ ଏକ ଚର୍ଚ୍ଚ ନିର୍ମାଣ ସହ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ସମସ୍ୟା ଦୂର କରିବାକୁ ବିଧାୟକ ଶ୍ରୀ ପ୍ରଧାନୀ ପ୍ରତିଶ୍ରୁତି ଦେବା ସହ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ଆଲୋଚନାରେ ଉର୍ମିଳା ହିଆଲ, ପଦ୍ମିନୀ ହିଆଲ, ଯଶୋଦା ଛତ୍ରିଆ, ତୁଲସା ବାଘ, ଦିବାକର ହିଆଲ, ଡମ୍ବୁରୁ ହିଆଲ ଓ ତ୍ରିନାଥ ହିଆଲଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ସେହିପରି ତେନ୍ତୁଳୀଖୁଣ୍ଟି ଓ କୋଷାଗୁମୁଡ଼ା ବ୍ଲକର ବହୁ ପୁରୁଷ ଓ ମହିଳା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।