ଶ୍ରୀନଗର: ପାକିସ୍ତାନ ତାର ଖଳ ପ୍ରକୃତିରୁ ବାଦ୍ ଆସୁନାହିଁ। ବାରମ୍ବାର ପାକିସ୍ତାନ ପଟୁ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଜମ୍ମୁ କଶ୍ମୀରର ବାରମୂଲା ଜିଲ୍ଲାରେ ଥିବା ଉରୀ ସେକ୍ଟରରେ ପାକିସ୍ତାନ ପଟୁ ଗୁଳିମାଡ଼ ହୋଇଛି। ଏଥିରେ ଦୁଇ ଯବାନ ଶହୀଦ ହୋଇଛନ୍ତି।
ଏହା ସହିତ ୩ ଯବାନ ଓ ୪ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକିସ୍ତାନ ଲଗାତର ଭାବରେ ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଶୁକ୍ରବାର ସଂଧ୍ୟା ପରଠାରୁ ପାକିସ୍ତାନ ପଟୁ ଗୁଳି ବିନିମୟ ହେଉଛି। ଭାରତୀୟ ସେନା ମଧ୍ୟ ପାକିସ୍ତାନର ପ୍ରତ୍ୟେକ ଗୁଳିର ଜବାବ ଦେଉଛନ୍ତି।