ଭୁବନେଶ୍ୱର, ଏନ୍ଏନ୍ଏସ୍ : କେନ୍ଦ୍ରାପଡ଼ାକୁ ଲେଉଟିଲା କରୋନା। ଏଥିସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨ଜଣ ପୂର୍ବରୁ ସୁସ୍ଥ ହୋଇଥିଲେ। ଆଜିର ଆକ୍ରାନ୍ତ ଜଣଙ୍କ ପୁରୁଷ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି।। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ଯୋଗ୍ୟ, ବର୍ତ୍ତମାନ ନୂଆଜିଲ୍ଲା ଭାବେ ଚିହ୍ନଟ ହେଲା ଜଗତସିଂହପୁର। ଏହି ଜଣ ଆକ୍ରାନ୍ତ ପୁରୁଷ ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ୩ଜଣ ଗୋଟିଏ ପରିବାର ହୋଇଥିବାବେଳେ ଅନ୍ୟ ଜଣେ ସେହି ଗାଁ’ର ବୋଲି ଜଣାପଡ଼ିଛି। ଏମାନଙ୍କ ବୟସ -୨୬,୩୨,୩୦ ଓ ୪୭ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ସୁରଟରୁ ଫେରିଛନ୍ତି ବୋଲି ସୂଚନା ମଳିଛି।
ଏହାକୁ ମିଶାଇ ଆଜି ଅପରାହ୍ଣ ୫.୫୦ ସୁଦ୍ଧା ରାଜ୍ୟରେ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୬୧ଜଣ ସୁସ୍ଥ ହୋଇଛନ୍ତି। ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୨୨ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।