ପିକନିକ ପାର୍ଟି ପଡ଼ିଲା ମହଙ୍ଗା; ବିଷାକ୍ତ ଦେଶୀ ମଦ ପିଇ ୫ଗୁରୁତର

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମର କିଛି ବ୍ୟକ୍ତି ପିକନିକ ଯାଇ ସେଠାରେ ବିଷାକ୍ତ ଦେଶୀ ମଦ ପିଇ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ମଙ୍ଗଳବାର କେତେକ ଯୁବକ ହାଟବରଡି ଅଞ୍ଚଳକୁ ପିକନିକ ଫିଷ୍ଟ କରିବା ପାଇଁ ଯାଇଥିବା ବେଳେ ସେଠାରେ ଦେଶୀ ମଦ କିଣି ପିଇଥିଲେ। ଫଳରେ ଘଟଣାସ୍ଥଳରେ ୫ଜଣ ଯୁବକ ଗୁରୁତର ହୋଇଯାଇଥିଲେ।

ସେଠାରୁ ସେମାନଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଅବସ୍ଥା ଗୁରୁତର ହେବାରୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହାତ ବ୍ୟକ୍ତିମାନେ ହେଲେ ବନ ବେହେରା(୪୨), ଯୁଧିଷ୍ଠିର ବେହେରା(୩୮), ଶରତ ବେହେରା(୪୫), ମହେନ୍ଦ୍ର ବେହେରା(୫୨) ଓ ଫକୀର ବେହେରା(୪୭)। ସେମାନେ ସମସ୍ତେ ସୋରଣ ଅଞ୍ଚଳର।