ଫେବୃଆରୀ ୧ରୁ ‘ମୋ ସରକାର’ ଯୋଜନାରେ ସାମିଲ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ସରକାରଙ୍କ ଦ୍ୱରା ଫେବୃଆରୀ ୧ଠାରୁ ଗ୍ରାମ୍ୟଉନ୍ନୟନ ବିଭାଗକୁ ‘ମୋ ସରକାର’ ଭୁକ୍ତ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ବୁଧବାର ଦିନ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀ ଜେନା ଯୋଗାଯୋଗ ହୋଇପାରୁ ନଥିବା ଅଞ୍ଚଳ ମାନଙ୍କରେ ସଡ଼କ ନର୍ମାଣ କରିବାକୁ ପ୍ରାଥମିକତା ଦେଇଛନ୍ତି। ପ୍ରଥମିକ ତଥ୍ୟ ଅନୁସାରେ ଓଡ଼ିଶାରେ ପାଖାପାଖି ୪୩୦୦ ଗାଁ’ରେ ଯାତାୟାତ କରିବାକୁ ରାସ୍ତା ନାହିଁ ବୋଲି କହିଛନ୍ତି। ତେବେ ଆଗାମୀ ଗଣନାରେ ଏହାର ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ବୋଲି କହିଛନ୍ତି।