ବିପର୍ଯ୍ୟୟ ପରିଚାଳଠୁ ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାର ସଫଳ : ଅମିତ ଶାହ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗୃହମନ୍ତ୍ରୀ ଅମିତ ଶାହ ଲୋକସେବା ଭବନରେ କାମାକ୍ଷାନଗର-ଡୁବୁରୀ ୪ ଲେନ୍ ଜାତୀୟ ରାଜପଥ ଓ ମୋଟେର-ବାନର ଲଡ଼ୁଗାଁ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଶାହଙ୍କ ସମେତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ଥିଲେ ।

ଏହି ଅବସରରେ ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ, ଓଡ଼ିଶା ସରକାର ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ସହଯୋଗ କରିଛନ୍ତି । ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି ନକ୍ସଲ ମୁକାବିଲା ଦିଗରେ ଓଡ଼ିଶା ସରକାର ସବୁ କ୍ଷେତ୍ରରେ ସଫଳତା ହାସଲ କରିଛି । ବିପର୍ଯ୍ୟୟ ପରିଚାଳରେ ଓଡ଼ିଶା ସାରା ଦେଶକୁ ଦିଗଦର୍ଶନ ଦେଖାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଦେଶର ବିକାଶ ଓ ଦେଶର ଭାଗ୍ୟ ରାଜମାର୍ଗ ସହ ଜଡ଼ିତ । ଗତ ୯ ବର୍ଷ ମଧ୍ୟରେ ଜାତୀୟ ରାଜପଥ ବାବଦରେ ଭାରତ ସରକାର ବିପୁଳ ଅର୍ଥ ବିନିଯୋଗ କରିଛନ୍ତି । ପୂର୍ବାଞ୍ଚଳର ବିକାଶ ହେଲେ ଭାରତର ବିକାଶ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରତ୍ୟେକ ସମୟରେ ରାଜ୍ୟ ସରକାରଙ୍କ ସହ କାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ଆଗ୍ରହୀ ।

ଗୃହମନ୍ତ୍ରୀ ଶାହ ଆହୁରି କହିଛନ୍ତି ଯେ, ଓଡ଼ିଶା ଭଳି ଗୁଜରାଟ ଲୋକ ମଧ୍ୟ ଜଗନ୍ନାଥଙ୍କୁ ବହୁତ ଭକ୍ତି କରନ୍ତି । ଆଜିର ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଧାରା ୩୭୦ ଉଚ୍ଛେଦ କରିଥିଲେ । ଏହି ଅବସରରେ ସାରା ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ।