ଜିଲ୍ଲାପାଳ ନିଜ ଗାଡ଼ିରେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ପହଞ୍ଚାଇଲେ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ନିଜ ଗାଡ଼ିରେ ଡାକ୍ତରଖାନା ନେଇଛନ୍ତି। ଏ ନେଇ ସେ ପ୍ରଂଶସାର ପାତ୍ର ହୋଇଛନ୍ତି।
ସୂଚନା ଯୋଗ୍ୟ ଯେ ଶେରଗଡ଼ ମାରୁଡି ଛକରେ ରବିବାର ସକାଳେ ଏକ ମୋଟରସାଇକେଲ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ସେ ଆହତ ହୋଇ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡିରହିଥିଲେ । ଠିକ୍ ସେହି ସମୟରେ ଗଞ୍ଜାମ ଜିଲ୍ଲାପାଳ ଶେରଗଡ଼ରୁ ଏକ କାର୍ୟ୍ୟକ୍ରମ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ତାଙ୍କ ନଜରକୁ ଆସିଥିଲା। ସେ ନିଜର ମାନବିକତା ଦେଖାଇ ନିଜ ଗାଡିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଆହତ ବ୍ୟକ୍ତିଙ୍କୁ ହିଞ୍ଜିଳି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।