ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତୀୟ ସମ୍ବିଧାନ ଦିବସ ଅବସରରେ ଓଡ଼ିଶା ବିଧାନସଭା ସଚିବାଳୟ ତରଫରୁ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶପଥପାଠ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇ ବିଧାନସଭା ସଚିବାଳୟ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ।
ସମ୍ବିଧାନ ପ୍ରତି ଆନୁଗତ୍ୟ ରକ୍ଷା କରିବା ପାଇଁ ତଥା ଶ୍ରଦ୍ଧା ଓ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ପାଳନ ପାଇଁ ସେ କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପଶାସନ ସଚିବ ଶିଶିରକାନ୍ତ ସ୍ବାଇଁ, ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶିବପ୍ରସାଦ ପଟ୍ଟନାୟକଙ୍କ ସମେତ ବିଧାନସଭାର ଅଧିକାରୀମାନେ ଯୋଗଦେଇଥିଲେ।