ଏନଆରସି ଓ ସିଏଏ ପରେ ବର୍ତ୍ତମାନ ଏନପିଆର ପାଇଁ ମୋଦୀଙ୍କ ଯୋଜନା

ନୂଆଦିଲ୍ଲୀ,ଏଜେନ୍ସି: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକରଣ(ଏନ୍‌ଆର୍‌ସି) ନେଇ ଦେଶବ୍ୟାପୀ ନିଆଁ ଜଳୁଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ପରିସ୍ଥିତି ନିୟନ୍ତ୍ରଣକୁ ଆସି ନାହିିଁ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକରଣ(ଏନପିଆର୍‌) ଲାଗି ଯୋଜନା କରୁଛନ୍ତି। â

ଏହାର ସର୍ଭେ କାର୍ୟ୍ୟ କିଛି ମାସ ମଧ୍ୟରେ ଆରମ୍ଭ ହେବ। ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କ୍ୟାବିନେଟରେ ୩ ହଜାର ୯ ଶହ ୪୧ କୋଟି ଟଙ୍କାର ବ୍ୟୟ ବରାଦ ଦାଖଲ କରାଯାଇଛି। ଏନପିଆର୍‌ ସହାୟତାରେ ନାଗରିକଙ୍କ ଚିହ୍ନଟ ପାଇଁ ଏକ ଡାଟାବେସ୍‌ ପ୍ରସ୍ତୁତ କରାଯିବ। ଏଥିରେ ବାୟୋମେଟ୍ରିକ୍‌ ତଥ୍ୟ ମଧ୍ୟ ରହିବ ବୋଲି କୁହାଯାଉଛି।