ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବର୍ଷର ଶେଷ ସୂର୍ୟ୍ୟୋପରାଗ ଗୁରୁବାର ଦୃଶ୍ୟମାନ ହୋଇଥିବା ବେଳେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପଭୋଗ କରିଛନ୍ତି। ଏହି ସମୟର ଏକ ଫଟୋ ମଧ୍ୟ ସେ ସେୟାର କରିଛନ୍ତି। ତେବେ ଏହା ପୂର୍ଣ୍ଣ ସୂର୍ୟ୍ୟପରାଗ ହୋଇନଥିବା ବେଳେ ସୂର୍ଯ୍ୟର ବାହାର ଭାଗ ଏଥିରେ ଦୃଶ୍ୟମାନ ହୋଇଛି। ମୋଦୀ ସୂର୍ଯ୍ୟପରାଗ ଦେଖୁଥିବାର ଫଟୋ ଶେୟାର କରିଛନ୍ତି।
