ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତାକାଲି ଦିଲ୍ଲୀରେ କୋହଳ ହେବନି ଲକଡାଉନ୍ କଟକଣା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ କହିଛନ୍ତି, ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ହେଲେ ଦିଲ୍ଲୀରେ ସ୍ଥିତି ନିୟନ୍ତ୍ରଣ ବାହାରେ ନାହିଁ। ତେଣୁ ଏପରି ସମୟରେ କଟକଣା କୋହଳ କରାଯାଇପାରିବ ନାହିଁ। ଆସନ୍ତା ୨୭ ତାରିଖରେ ପୁଣି ଥରେ ସମୀକ୍ଷା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ କହିଛନ୍ତି।
ସୂଚନା ଦେବା ଯୋଗ୍ୟକି, ଦିଲ୍ଲୀରେ ମଧ୍ୟ ଆଜିଠୁ ଆରମ୍ଭ ହେଉଛି ରାପିଡ ଟେଷ୍ଟ। ଏଥିପାଇଁ ୪୨ ହଜାର ଆଣ୍ଟି ବଡି କିଟ୍ ଅଣାଯାଇଛି। ସପ୍ତାହେ ମଧ୍ୟରେ ୪୨ ହଜାର ରାପିଡ୍ ଟେଷ୍ଟ କରାଯିବ। କଣ୍ଟେନମେଣ୍ଟ ଅଞ୍ଚଳରେ ଏହାକୁ ବ୍ୟବହାର କରାଯିବ ବୋଲି କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ରାପିଡ୍ ଟେଷ୍ଟିଂ ଦ୍ୱାରା ଅଳ୍ପ ସମୟ ମଧ୍ୟରେ କରୋନା ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରାଯାଇପାରିବ। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୩ରେ ପହଞ୍ଚିଛି। ଭାଇରସ୍ ଯୋଗୁ ୪୨ ଜଣଙ୍କ ମୃତ୍ୟୁ ହୋଇଛି।