ମୁମ୍ବାଇ,ଏଜେନ୍ସି: ଫେରାର ବ୍ୟବସାୟୀ ନିରବ ମୋଦୀଙ୍କୁ ଗୁରୁବାର ସ୍ପେସାଲ୍ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ୍(ପିଏମ୍ଏଲ୍ଏ) କୋର୍ଟ ‘ଫଜିଟିଭ୍ ଇକୋନମିକ୍ ଅଫେଣ୍ଡର୍ସ ଆକ୍ଟ୍’ ଅଧୀନରେ ପଳାତକ ଆର୍ଥିକ ଅପରାଧୀ ବୋଲି ଘୋଷଣା କରିଛି। ତେବେ ପଳାତକ ଭାବେ ନିରବ ମୋଦୀ ହେଉଛନ୍ତି ଦ୍ୱିତୀୟ।
ଏହା ପୂର୍ବରୁ ବିଜୟ ମାଲ୍ୟାଙ୍କୁ ପଳାତକ ଆଥିଁକ ଅପରାଧୀ ବୋଲି ଘୋଷିତ କରାଯାଇଥିଲା। ସୂଚନା ଅନୁସାରେ ନିରବ ମୋଦୀ ପଞ୍ଜାବ ନେସନାଲ ବ୍ୟାଙ୍କରୁ ୩, ୦୦୦ କୋଟି ଟଙ୍କା ଋଣ ନେଇ ଫେରାର ହୋଇଯାଇଥିଲେ। ପରେ ମାର୍ଚ୍ଚ ମାସରେ ନିରବ ମୋଦୀଙ୍କୁ ଲଣ୍ଡନରେ ଗିରଫ କରାଯାଇଥିଲା ଏବଂ ସେ ସେଠାରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଆଇନଗତ ପ୍ରକ୍ରିୟା ଚାଲୁ ରହିଛି।