କଟକ,ଏନ୍ଏନ୍ଏସ୍: ଓଡ଼ିଶାରେ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ବେସରକାରୀ କଲେଜମାନଙ୍କରେ ଖାଲିପଡ଼ିଥିବା ଇତିହାସ ପଦବୀ ପାଇଁ ନୂତନ ଭାବେ ଲିଖିତ ପରୀକ୍ଷା ଆୟୋଜନ କରାଯିବ। ଗୁରୁବାର ଦିନ ମିଡିଆ ରିପୋର୍ଟ ଅନୁସାରେ ୩ ଡିସେମ୍ବରରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଦିଆଯାଇଥିବା ଏକ ଆଦେଶ ଅନୁସାରେ ଏସଏସବିକୁ ଏହି ନିର୍ଦ୍ଦେଶ ପାସ୍ ହେବାର ୬ ସପ୍ତାହ ମଧ୍ୟରେ ନୂତନ ଭାବେ ପରୀକ୍ଷା ଆୟୋଜିତ କରିବାକୁ ହେବ।
ଅପରପକ୍ଷରେ ଏହି ପରୀକ୍ଷାକୁ ବାତିଲ୍ କରିବା ପାଇଁ ୨୦ ଆବେଦନକାରୀ ମଧ୍ୟ ସାମିଲ ରହିଛନ୍ତି ଯିଏକି ପ୍ରଶ୍ନପତ୍ର ଅସ୍ପଷ୍ଟ, ଏବଂ ବିକଳ୍ପ ସଠିକ୍ ଭାବେ ଦିଆଯାଇନଥିବା ନେଇ ଅଭିଯୋଗ କରିଥିଲେ। ଏଥିସହ କୋର୍ଟ ପକ୍ଷରୁ କୁହାଯାଇଛି ଯେ, ଏଥିରେ ଏସଏସବିର ବିଶେଷଜ୍ଞ ସମିତି ପକ୍ଷରୁ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ସ୍ପଷ୍ଟ କରାଯାଇଛି, ତେଣୁ ଏହି ପରୀକ୍ଷାକୁ ନୂତନ ଭାବେ କରି ପ୍ରକୃତ ହିତାଧିକାରୀଙ୍କୁ ଆଉ ଏକ ସୁଯୋଗ ଦେବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ତେବେଏସଏସବି ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ୧୦ତାରିଖରେ ବିଭିନ୍ନ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।