ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ନକ୍ସଲଙ୍କ ହିଂସାକାଣ୍ଡ

ରାଞ୍ଚି,ଏଜେନ୍ସି: ଝାଡ଼ଖଣ୍ଡରେ ପ୍ରଥମ ପର୍ୟ୍ୟାୟ ମତଦାନ ଚାଲିଥିବାବେଳେ ନକ୍ସଲମାନେ ହିଂସାକାଣ୍ଡ ଘଟାଇଛନ୍ତି। ସୂଚନା ଅନୁସାରେ ବିଷ୍ଣୁପୁର ବିଧାନସଭା କ୍ଷେତ୍ରରେ ମତଦାନ ଚାଲିଥିବା ବେଳେ ନକ୍ସଲମାନେ ଗୋଟିଏ ସେତୁକୁ ବୋମାରେ ଉଡାଇ ଦେଇଛନ୍ତି। ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଏହି ଘଟଣାରେ କାହାର ଜୀବନହାନୀ ଘଟିନଥିବା ଜଣାପଡ଼ିଛି।

ତେବେ ନକ୍ସଲଙ୍କ ବିସ୍ଫୋରଣ ସତ୍ୱେ ମତଦାନରେ କୌଣସି ବ୍ୟାଘାତ ସୃଷ୍ଟି ହୋଇନାହିଁ । ପୁଲିସ ଉକ୍ତ ଅଞ୍ଚଳରେ ପହଞ୍ଚି କମ୍ବିଂ ଅପରେସନ୍ ଆରମ୍ଭ କରିଛି । ନିର୍ବାଚନକୁ ବିରୋଧ କରୁଥିବା ନକ୍ସଲ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଏଭଳି କରିଛନ୍ତି। ଏଠାରେ ସୂଚନା ଥାଉ କି ଆଜି ସକାଳ ୭ଟାରୁ ଝାଡ଼ଖଣ୍ଡ ବିଧାନସଭାର ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି ।

ରାଜ୍ୟର ୬ଟି ଜିଲ୍ଲାରେ ୧୩ ଟି ଆସନ ପାଇଁ ମତଦାନ ଚାଲିଛି। ମତାଧିକାର ସାବ୍ୟସ୍ତ କରୁଛନ୍ତି ୩୭ ଲକ୍ଷ ୮୩ହଜାର ମତଦାତା । ମୈଦାନରେ ଥିବା ୧୮୯ ଜଣ ପ୍ରାର୍ଥୀ ଓହ୍ଲାଇଥିବାବେଳେ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ କଡାକଡି କରାଯାଇଛି ।