ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ଗୁରୁବାର ବିଳମ୍ବିତ ଏକ ଗୋଡ଼ ନଥିବା ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତ୍ରିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଲୋକେ ଦେଖିବାକୁ ପାଇଥିଲେ। ସେହି ସମୟରେ ଶିଶୁକନ୍ୟା ଶରୀରରେ କ୍ଷତବିକ୍ଷତ ଚିହ୍ନଥିବାଦେଖିବାକୁ ମିଳିଥିଲା। ଏହାକୁ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁକନ୍ୟାର ମୃତଦେହକୁ ଜବତ କରି ତାର ସଂସ୍କାର କରାଇଥିଲା। ତେବେ ଶିଶୁକନ୍ୟାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ନବଜାତ ଶିଶୁକନ୍ୟାର ଗୋଡ଼କୁ କୁକୁର ଝିଣି ଖାଇଥିବାର ସନ୍ଦେହ ହେଉଛି। ତେବେ ଏହି ଶିଶୁ କନ୍ୟାଟି କାହାର ଓ ସେ ହସ୍ପିଟାଲ ପରିସରକୁ କିପରି ଆସିଲା ସେ ନେଇ କୌଣସି ସୂଚନା ମିଳିପାରି ନାହିିଁ। ଏ ନେଇ ମାଲକାନଗିରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।