ଧର୍ମ କୁ ପ୍ରତିବନ୍ଧକ ନଭାବି : ସଂସ୍କୃତରେ ଶିକ୍ଷାଦାନ କରୁଛନ୍ତି ମୁସଲିମ ମହିଳା ଜିଲ୍ଲା By Nitidin On Nov 24, 2019 Share ଦେବଗଡ, ଏନଏନଏସ : ଆମ ଦେଶ ଭାରତ ଭିନ୍ନ ସ୍ୱାତନ୍ତ୍ର୍ୟର ଦେଶ । ଏଠି ଜାତି ଅନେକ ,ବର୍ଣ୍ଣ ଅନେକ ,ଧର୍ମ ଅନେକ ଏପରିକି ଭାଷା ମଧ୍ୟ ଅନେକ ହେଲେ ମଧ୍ୟ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ। ଭାଷା କିମ୍ବା ଧର୍ମ କୈାଣସି ଥିରେ ପ୍ରତିବନ୍ଧକ ନଥିବା ବେଳେ ଏଠି ହିନ୍ଦୂ ଉର୍ଦ୍ଦୃୁ ଶିକ୍ଷାଦାନ କରିପାରୁଥିବା ବେଳେ ମୁସଲିମ ମଧ୍ୟ ସଂସ୍କୃତ ଭାଷାରେ ଶିକ୍ଷା ପ୍ରାପ୍ତି କରି ସଂସ୍କୃତ ଶିକ୍ଷାର ପ୍ରଚାର କରୁଛନ୍ତି ସେ ପୁଣିଜଣେ ମୁସଲିମ ମହିଳା। ଏଭଳି ଚିତ୍ର ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରିଆମାଲ ବ୍ଲକ ଖଇରପାଲି ଉଚ୍ଚ ବିଦ୍ୟାଳୟରେ । ସଂପ୍ରତି ବାରଣାସି ବିଶ୍ୱ ବିଦ୍ୟାଳୟରେ ଜଣେ ମୁସଲିମ ପ୍ରଧ୍ୟାପକଙ୍କ ନିଯୁକ୍ତିକୁ ନେଇ ସାରା ଦେଶରେ ମୁସଲିମ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ପାଠ ପଢାଇପାରିବେ କି ନାହିଁ ସେ ନେଇ ଚର୍ଚ୍ଛା ଜୋର ଧରିଥିବା ବେଳେ ଧର୍ମକୁ ପ୍ରତିବନ୍ଧକ ନଭାବି ସଂସ୍କୃତ ଶିକ୍ଷା ଗ୍ରହଣ କରି ସଂସ୍କୃତର ଅନବରତ ଶିକ୍ଷା ପ୍ରଦାନ କରି ଆଲୋଚକଙ୍କ ପାଇଁ ବର୍ତା ଦେଇଛନ୍ତି ଦେବଗଡ ଜିଲ୍ଲାର ଜଣେ ମୁସଲିମ ମହିଳା ସଂସ୍କୃତ ଶିକ୍ଷୟତ୍ରୀ। ଅନଗୁଳ ଜିଲ୍ଲା ରେଙ୍ଗାଳୀ ଡ୍ୟାମ ସାଇଟ ଅଂଚଳର ଆତିକ ଅହମ୍ମଦଙ୍କ କନ୍ୟା ହସନ ତାରା ମୁସଲମାନ ସଂପ୍ରଦାୟର ହୋଇଥିଲେ ମଧ୍ୟ ସଂସ୍କୃତ ଭାଷାର ଅଧ୍ୟୟନ କରି ସେ ଆଜି ନିଜକୁ ଜଣେ ସଂସ୍କୃତ ଶିକ୍ଷୟତ୍ରୀ ରୂପେ ପ୍ରତିଷ୍ଠିତ କରି ପାରିଛନ୍ତି। ଉତରପ୍ରଦେଶ ରାଜ୍ୟର ଆତିକ ଅହମ୍ମଦ ରୋଜଗାର ପାଇଁ ପ୍ରାୟ ୫ ଦଶନ୍ଧି ପୂର୍ବେ ରେଙ୍ଗାଳୀ ନଦିବନ୍ଧ ନିର୍ମାଣ ସମୟରେ ଠିକାଦାର ଭାବେ ରେଙ୍ଗାଳୀ ଅଂଚଳରେ ଆସି ସେଠାକାର ବାସିନ୍ଦା ହୋଇଯାଇଥିଲେ। ପରିବାର ପିଲାଙ୍କ ଶିକ୍ଷାଦାନ ପାଇଁ ଶ୍ରୀ ଅହମ୍ମଦ କୈାଣସି ବାଛ ବିଚାର ନକରି ନିଜ ଇଛାରେ ପାଠ ପଢାଇବା ପାଇଁ ପିଲାଙ୍କୁ ଅନୁମତି ଦେଇଥିଲେ। ଶ୍ରୀ ଅହମ୍ମଦଙ୍କ କନ୍ୟା ହସନ ତାରା ରେଙ୍ଗାଳୀରେ ତାଙ୍କର ପ୍ରାଥମିକ ଶିକ୍ଷା ଓ ହାଇସ୍କୁଲ ଶିକ୍ଷା ଓଡିଆ ମାଧ୍ୟମରେ ଗ୍ରହଣ କରିଥିଲେ। ପରେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଭାଷାରେ ସ୍ମାତକ ଓ ସ୍ମାତକୋତର ଶିକ୍ଷା ଗ୍ରହଣ ପରେ ୧୯୯୩ ମସିହା ଠାରୁ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଖଇରପାଲି ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷୟତ୍ରୀ ଭାବେ ଯୋଗ ଦେଇ ଆଜି ପର୍ଯ୍ୟନ୍ତ ୧ ହଜାର ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଭାଷାର ଶିକ୍ଷାଦାନ କରି ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଜାରି ରଖି ଛନ୍ତି। ସଂସ୍କୃତ ଭାଷାକୁ ଆପଣାଇବାର ଉଦ୍ଦେଶ୍ୟ ସମ୍ପର୍କରେ ଶିକ୍ଷୟତ୍ରୀ ତାରାଙ୍କୁ ପଚାରିବାରୁ ସଂସ୍କୃତ ପ୍ରତି ତାଙ୍କର ପିଲା ବେଳୁ ଆଗ୍ରହ ରହିଥିବା ଏବଂ ଏହା ଭାରତୀୟ ସଭ୍ୟତାର ମୂଳ ଭାଷା ହୋଇଥିବାରୁ ସେ ଏହାକୁ ଗ୍ରହଣ କରିଥିଲେ। ମାତ୍ର ସଂସ୍କୃତ ଭାଷାରେ ଶିକ୍ଷା ଗ୍ରହଣ କରି ରୋଜଗାର ମାଧ୍ୟମ କରିବାକୁ କେବେ ମଧ୍ୟ କଳ୍ପନା କରି ନଥିଲେ। ମାତ୍ର ସମୟ ସୁଅରେ ସେ ଗ୍ରହଣ କରିଥିବା ସଂସ୍କୃତ ଶିକ୍ଷା ଆଜି ତାଙ୍କର ଜୀବନ ଜିବିକା ସାଜି ଥିବା ବେଳେ ମୁସଲିମ ମହିଳା ହୋଇ ମଧ୍ୟ ସେ ସଂସ୍କୃତ ଭାଷା କୁ ଆପଣେଇଥିବାରୁ ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି ଶିକ୍ଷୟତ୍ରୀ ତାରା ପ୍ରକାଶ କରିଛନ୍ତି। ସେହିପରି ଶିକ୍ଷୟତ୍ରୀ ତାରାଙ୍କ ୨୭ ବର୍ଷର ସଂସ୍କୃତ ଶିକ୍ଷୟତ୍ରୀ କାର୍ଯ୍ୟକାଳ ମଧ୍ୟରେ କୈାଣସି ସ୍ଥାନରେ ବିରୋଧର ସମ୍ମୁଖୀନ ହୋଇ ନଥିବା ଏବଂ ସହକର୍ମୀଙ୍କ ଠାରୁ ଛାତ୍ରଛାତ୍ରୀ ,ଅଭିଭାବକ ଓ ଗ୍ରାମବାସୀ ସଦାସର୍ବଦା ତାଙ୍କୁ ସହଯୋଗ ଓ ସମ୍ମାନ ପ୍ରଦର୍ଶନ କରୁଥିବା ସେ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ ଶିକ୍ଷୟତ୍ରୀ ତାରା ସଂସ୍କୃତ ରାମାୟଣ ପାଠ କରୁଥିବା ବେଳେ ବିଦ୍ୟାଳୟରେ ପାଳିତ ହେଉଥିବା ସମସ୍ତ ହିନ୍ଦୁ ପୂଜା ପାର୍ବଣରେ ଛାତ୍ରଛାତ୍ରୀ ଅନ୍ୟ ଶିକ୍ଷକ କର୍ମଚାରୀଙ୍କ ସହ କୈାଣସି ଭେଦଭାବ ବିନା ନିଜକୁ ସାମିଲ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। Share