କରୋନା ମହାମାରୀର ମୁକାବିଲା ସମୟରେ ଦେଶବାସୀଙ୍କୁ ମୋଦୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କୋରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଭାରତ ଭଳି ବିଶାଳ ଦେଶ, ଯିଏ ବିକାଶ ପାଇଁ ପ୍ରଯତ୍ନଶୀଳ, ଆଜି ଗରିବୀ ସହ ନିର୍ଣ୍ଣାୟକ ଲଢେଇ କରୁଛି। ଆଜି ଦେଶର ପ୍ରତ୍ୟେକ ଲୋକ ଏହି ଲଢେଇର ସିପାହୀ ଏବଂ ଲଢେଇର ନେତୃତ୍ଵ ନେଉଛନ୍ତି। ଭବିଷ୍ୟତରେ ଯେପରି ଏନେଇ ଚର୍ଚ୍ଚା କରାଯିବ ସେତେବେଳେ ଭାରତର ପିପୁଲ ଡ୍ରିଭେନ ଲଢେଇ ଚର୍ଚ୍ଚାର ବିଷୟ ପାଲଟିବ।

ଗରିବଙ୍କ ପାଇଁ ଖାଦ୍ୟ ଠାରୁ ନେଇ ରାସନ, ଲକଡାଉନ ପାଳନ, ହସ୍ପିଟାଲର ବ୍ୟବସ୍ଥା, ଦେଶରେ ମେଡିକାଲ ଯନ୍ତ୍ରପାତି ନିର୍ମାଣ କାର୍ୟ୍ୟ ଯାଏଁ ସମସ୍ତେ ଯୋଗଦାନ କରିଛନ୍ତି। ଏହାଦ୍ଵାରା ସମସ୍ତଙ୍କୁ ପ୍ରେରଣା ମିଳୁଛି।

ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଆମ ଦେଶର କୃଷକ ଭାଇ ଭଉଣୀମାନେ ଦିନ ରାତି କ୍ଷେତରେ ପରିଶ୍ରମ କରୁଛନ୍ତି। ଦେଶରେ କେହି ଯେପରି ଭୋକରେ ନଶୁଅନ୍ତି ଏଥିପାଇଁ ସେମାନେ ପରିଶ୍ରମ କରୁଛନ୍ତି। ସମସ୍ତେ ସମସ୍ତଙ୍କ ସାମର୍ଥ୍ୟ ହିସାବରେ ଲଢେଇ ଜାରି ରଖିଛନ୍ତି। ବହୁ ଲୋକ ନିଜର ପେନସନ, ପୁରସ୍କାର ରାଶିକୁ ପିଏମ କେୟାର୍ସ ଫଣ୍ଡକୁ ଜମା କରୁଛନ୍ତି। କେତେକ ଲୋକ ତାଙ୍କ କ୍ଷେତର ପନିପରିବା ଦାନ କରୁଛନ୍ତି ତ ହେହି ମାସ୍କ ତିଆରି କରି ବାଣ୍ଟୁଛନ୍ତି।

ସରକାର ମାଧ୍ୟମରେ ସାମାଜିକ ସଂସ୍ଥାର ସ୍ଵୟଂସେବୀ, ନାଗରିକ ସମାଜର ପ୍ରତିନିଧି ଏବଂ ସ୍ଥାନୀୟ ପ୍ରଶାସନକୁ ଜଣେ ଅନ୍ୟ ଜଣଙ୍କ ସହ ଯୋଡିଛନ୍ତି। ଏଥିରେ ଡାକ୍ତର, ନର୍ସ, ଆଶା, ଏଏନଏମ, ଏନସିସି, ଏନଏସଏସ ଏବଂ ଅନ୍ୟମାନେ ଅଛନ୍ତି ଯେଉଁମାନେ କ୍ରାଇସିସ୍ ମ୍ୟାନେଜମେଣ୍ଟ ପ୍ଲାନ ତିଆରି କରିବାକୁ ସାହାଯ୍ୟ କରୁଛନ୍ତି। ସବୁ ବିପଦପୂର୍ଣ୍ଣ ସ୍ଥିତି, ସବୁ ଲଢେଇ, କିଛି ନା କିଛି ଶିକ୍ଷା ଦେଇଥାଏ। କିଛି ସମ୍ଭାବନାର ମାର୍ଗ ତିଆରି କରେ।

ଦେଶର ସବୁ ଭାଗରେ ଔଷଧ ପହଁଚାଇବା ପାଇଁ ଲାଇଫଲାଇନ ଉଡାଣ ନାମରେ ଏକ ବିଶେଷ ଅଭିଯାନ ଆରମ୍ଭ ହୋଇଛି। ୫୦୦ ଟନରୁ ଅଧିକ ମେଡିକାଲ ସାମଗ୍ରୀ ଦେଶର କୋଣ ଅନୁକୋଣରେ ପହଁଚାଯାଉଛି। ରେଳ ମନ୍ତ୍ରାଳୟ ୧୦୦ ରୁ ଅଧିକ ପାର୍ସଲ ଟ୍ରେନ୍ ଚଳାଉଛି। ଏମାନେ ବାସ୍ତବରେ କୋରୋନା ଯୋଦ୍ଧା।

ଆମ ଦେଶରେ ରାଜ୍ୟ ସରକାରମାନେ ମହାମାରୀ ସହ ମୁକାବିଲା କରିବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି। ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାର ଯେଉଁ ଭୂମିକା ଗ୍ରହଣ କରିଛନ୍ତି ତାହା କୋରୋନା ବିରୋଧରେ ଏକ ବଡ଼ ଭୂମିକା। ସେମାନଙ୍କର ଏହି ପରିଶ୍ରମ ପ୍ରଶଂସନୀୟ। ଆମ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍, ସାମୁଦାୟିକ ସ୍ଵାସ୍ଥ୍ୟକର୍ମୀଙ୍କ ଭଳି ଲୋକ, ଯେଉଁମାନେ ଦେଶକୁ କୋରୋନା ମୁକ୍ତ କରିବାକୁ ଦିନରାତି ଏକଜୁଟ ହୋଇଛନ୍ତି ସେମାନଙ୍କ ରକ୍ଷା ନିମନ୍ତେ ନିଆଯାଇଥିବା ପଦକ୍ଷେପ ଜରୁରୀ ଥିଲା ବୋଲି ଆଜି ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ ଦେଶବାସୀଙ୍କୁ ମନକିବାତ କାର୍ଯ୍ୟକ୍ରମରେ କହିଛନ୍ତି।