କେନ୍ଦୁଝର,ଏନ୍ଏନ୍ଏସ୍ : ଓଡ଼ିଶା ସରକାରଙ୍କର ମୋ ସ୍କୁଲ ଅଭିଯାନର ଅଧକ୍ଷା ସୁସ୍ମିତା ବାଗଚି କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । କେନ୍ଦୁଝର ଜିଲ୍ଲାର ପ୍ରତିଷ୍ଠିତ ସ୍କୁଲ ଭାବେ ଜଣାଶୁଣା ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟକୁ ଯାଇ ଶ୍ରୀମତୀ ବାଗଛି ମୋ ସ୍କୁଲ ଅଭିଯାନ ଦ୍ୱାରା ନିର୍ମିତ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ , ନବୀକରଣ କରାଯାଇଥିବା ବିଜ୍ଞାନ ଲାଵ,ଓ ବିଦ୍ୟାଳୟ ପରିସରର ସି ସି ଟି ଭି ଉଦଘାଟନ କରିଥିଲେ । ଏହି ଅବସରରେ ତାଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର, ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ନିର୍ଦ୍ଦେଶକ , ଡ଼ି ଏନ ହାଇସ୍କୁଲ ର ଶିକ୍ଷକ/ଶିକ୍ଷୟିତ୍ରୀ, ବିଦ୍ୟାଳୟର ଆଲୁମିନି ଛାତ୍ର, ସ୍କୁଲ ର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।