ଚାନ୍ଦବାଲି,ଏନ୍ଏନ୍ଏସ୍ : ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଧାମରା ବନ୍ଦରକୁ ମାଛ ମାରିବାକୁ ଯାଇଥିବା ଜଣେ ମତ୍ସ୍ୟଜିବୀ ନିଖୋଜ ହୋଇଥିବାର ଖବର ମିଳଛି। ସୂଚନା ଅନୁଯାୟୀ,ସୋମବାର କେତେକ ମତ୍ସ୍ୟଜୀବୀ ବନଦୁର୍ଗା ନାମକ ଏକ ଟ୍ରଲରରେ ମାଛ ଧରିବାପାଇଁ ଯାଇଥିଲେ। ସେମାନେ ଜାଲ ପକାଇଫେରି ଆସିଥିଲେ। କିନ୍ତୁ ହାରାଧନ ମଣ୍ଡଳ ନାମକ ଜଣେ ମତ୍ସ୍ୟଜିବୀ ଗତକାଲି ବିଳମ୍ବିତ ରାତିରେ ଜାଲ ଦେଖିବାକୁ ଯାଇଥିବା ବେଳେ ଟ୍ରଲରରୁ ଖସି ପଡ଼ିଥିବାର ସନ୍ଦେହ କରାଯାଉଛି।