ଲୁଟରେ ବିଫଳ ହେବାରୁ ଏଟିଏମରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲା ଥଲକୁଲୀ ଅନ୍ତର୍ଗତ ଏକ ମନ୍ଦିର ନିକଟରେ ଥିବା ଏକ କିସୋକ ଏଟିଏମରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଏହି ଘଟଣା ଶୁକ୍ରବାର ରାତ୍ରିରେ ଘଟିଛି।

କେତେକ ଦୁର୍ବୃତ୍ତ ଏଟିଏମ ଲୁଟ କରିବାକୁ ଆସି ବିଫଳ ହେବାର ଏଟିଏମରେ ନିଆଁ ଲଗାଇଦେଇଥିବା କୁହାଯାଉଛି। ତେବେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଖୁବଶୀଘ୍ର ଅପରାଧୀମାନଙ୍କୁ ଧରାଯିବ ବୋଲି କହିଛି।