ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଲୋକେ ଘରେ ସୁରକ୍ଷିତ ରହୁଛନ୍ତି। ଏହି ସମୟରେ ଲୋକଙ୍କ ପାଖରେ ତଥ୍ୟ ପହଞ୍ଚାଉଥିବା ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି।
ଏହି ନିର୍ଦ୍ଦେଶନାମାରେ ଇଲୋକ୍ଟ୍ରନିକ୍ସ, ପ୍ରିଣ୍ଟ ମିଡ଼ିଆର ରିପୋର୍ଟର, କ୍ୟାମେରାମ୍ୟାନ ଓ ଫଟୋଗ୍ରାଫରମାନେ କୋଭିଡ-୧୯ ସଂକ୍ରମିତ ଅଞ୍ଚଳ, ହଟସ୍ପଟ ଓ କଣ୍ଟେନମେଣ୍ଟ ଅଞ୍ଚଳକୁ ଖବର ସଂଗ୍ରହ ପାଇଁ ଯାଉଥିବାରୁ ଆବଶ୍ୟକ ସ୍ୱାସ୍ଥ୍ୟଗତ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଫିଲ୍ଡ ଓ ଅଫିସ ଷ୍ଟାପଙ୍କ ଯତ୍ନ ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗଣମାଧ୍ୟମ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ନିବେଦନ କରାଯାଇଛି।
