କୋଣାର୍କ ପ୍ରେସ୍ କ୍ଲବ ପକ୍ଷରୁ ମିନି ସାଇକ୍ଲୋଥନ୍

କୋଣାର୍କ,ଏନ୍ଏନ୍ଏସ୍: କୋଣାର୍କ ଉତ୍ସବ ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସହାୟତାରେ କୋଣାର୍କ ପ୍ରେସ୍ କ୍ଲବ ପକ୍ଷରୁ ମିନି ସାଇକ୍ଲୋଥନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପଲିଥିନମୁକ୍ତ, ସ୍ୱଚ୍ଛ ଓ ସୁସ୍ଥ କୋଣାର୍କର ବାର୍ତ୍ତା ପ୍ରଚାରପ୍ରସାର କରିବା ଉଦ୍ଦେଶ୍ୟରେ ଏହି ସାଇକ୍ଲୋଥନର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କ୍ରୀଡ଼ା, ଯୁବସେବା ଏବଂ ସୂଚନା, ପ୍ରଯୁକ୍ତି ବିଦ୍ୟା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ପ୍ରେରଣା ଇଣ୍ଟରନ୍ୟାଶନାଲ ଗ୍ରୀନ୍ ଆର୍ମି କମାଣ୍ଡର ଇନ୍ ଚିଫ୍ ଡକ୍ଟର ଦିଲୀପ ଶ୍ରୀଚନ୍ଦନ ଯୋଗଦେଇ ପତାକା ଦେଖାଇ ସାଇକ୍ଲୋଥନ ଶୁଭାରମ୍ଭ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ପୁରୀ ଜିଲ୍ଲା କେନ୍ଦ୍ରୀୟ ମତ୍ସ୍ୟ ସମବାୟ ସଙ୍ଘ ସଭାପତି ମଧୁସୂଦନ ପ୍ରଧାନ, କୋଣାର୍କ ସାହିତ୍ୟ ସଂସଦ ସମ୍ପାଦକ ରବୀନ୍ଦ୍ରନାଥ ବାହିନୀପତି, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିବାସ, ସମାଜସେବୀ ହରିଶ୍ଚନ୍ଦ୍ର ଦାଶ, ପ୍ରଫୁଲ୍ଲ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂର୍ଯ୍ୟମନ୍ଦିର ସମ୍ମୁଖରୁ ସାଇକେଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ପରେ ରାମଚଣ୍ଡୀ ଅଭିମୁଖେ ବାହାରିଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବ ପ୍ରତିଭା ଆଶୁତୋଷ ବରାଳଙ୍କ ସମେତ ୭ଜଣ ବ୍ୟକ୍ତିଙ୍କୁ କୋଣାର୍କ ପ୍ରେସ୍ କ୍ଲବ ପକ୍ଷରୁ ପୁଷ୍ପଗୁଛ, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଅଭିନେତ୍ରୀ ବିଦୁସ୍ମିତା ମିନି ସାଇକ୍ଲୋଥନରେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। ସାଇକ୍ଲୋଥନରେ କଲେଜ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ପରିବେଶବିତ ସାମିଲ ହୋଇଥିଲେ। କାର୍ୟ୍ୟକ୍ରମକୁ ପ୍ରେସ୍ କ୍ଲବ ସଭାପତି ସଞ୍ଜୟ ପତି, ସମ୍ପାଦକ ମାନସରଞ୍ଜନ ପାତ୍ର, ଉପସଭାପତି ଅବନୀଭୂଷଣ ବାରିକ, ସହସମ୍ପାଦକ ବିଚିତ୍ର ଓଝା ଓ ସାମ୍ବାଦିକ ବିଶ୍ୱଜିତ ରାଉତରାୟଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ।