ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ କିଛିଦିନ ହେବ ରାଜ୍ୟରେ ତାପମାତ୍ରାରେ ହ୍ରାସ ହୋଇଥିବା ବେଳେ ରାଜ୍ୟବାସୀ ଜାଡରେ ଥରୁଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନମାନଙ୍କରେ ଲୋକମାନେ ରୁଣ୍ଡ ହୋଇ ନିଆଁ ପୁଊଁ ଥିବା ଦେଖିବାକୁ ମିଳିଛି। ଏହି ଅବସରରେ ସୋମବାର ମଧ୍ୟ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ଶୀତ ହେଉଛି। ସେହିପରି ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେବ ତୁଷାରପାତ ଲାଗିରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଆଗକୁ ବର୍ଷା ହେବା ସହ ତାପମାତ୍ରାରେ ହ୍ରାସ ହେବ ବୋଲି କୁହାଯାଇଛି।
ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ସୋନପୁର ଜିଲ୍ଲାରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଆଜି ସକାଳ ସାଢ଼େ ୮ଟା ବେଳକୁ ଏଠାକାର ସର୍ବନିମ୍ନ ତାପମାତ୍ରା ଥିଲା ୫.୪ ଡିଗ୍ରି ସେଲସିଅସ୍। ତୃତୀୟ ଦିନ ପାଇଁ ଆଜି ବି ସୋନପୁର ସବୁଠୁ ଥଣ୍ଡା ସହର ବିବେଚିତ ହୋଇଛି। ଏହାଛଡ଼ା ଆଜି ରାଜ୍ୟର ୧୬ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି।
