ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟ, ନହେଲେ ଫାଇନ ଦେବାକୁ ପଡିବ। କରୋନା ସଂକ୍ରମଣ ରୋକିବା ପାଇଁ ଏଣିକି ବିନା ମାସ୍କରେ ଘରୁ ପଦାକୁ ବାହାରିବାରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଏ ନେଇ ଆଜି ସକାଳୁ କଡ଼ାକଡ଼ି ହୋଇଛି ଏହି ନିୟମ । ଏନେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଆଜିଠୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜି ସକାଳ ୭ଟାରୁ ସାରା ରାଜ୍ୟରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି। ଜିଲ୍ଲାରେ ଜିଲ୍ଲାପାଳମାନେ ଏହି ନିୟମକୁ ସୂଚାର ରୂପରେ କାର୍ଯ୍ୟକାରୀ କରାଇବା ଉପରେ ଗୁରୁତ୍ୱ ଦେବେ । ଯଦି ଆପଣଙ୍କ ପାଖରେ ମାସ୍କ ନାହିଁ ତେବେ ରୁମାଲ, ଗାମୁଛା, ଓଢଣି କିମ୍ବା ସ୍କାର୍ଫକୁ ମୁହଁରେ ବାନ୍ଧିବା ପାଇଁ ବ୍ୟବହାର କରିପାରିବେ।
ତେବେ ଠାରୁ ୨ଦିନ ଆଗରୁ ଗଞ୍ଜାମରେ ଏହି ନିୟମ ଲାଗୁ ହୋଇଛି। ସହରାଞ୍ଚଳରେ ଘରୁ ବାହାରିଲେ ଯଦି ମାସ୍କ ବ୍ୟବହାର କରିନଥିବେ ତେବେ ୧୦୦୦ ଟଙ୍କା ଫାଇନ ଦେବେ ଓ ଗ୍ରାମାଞ୍ଚଳରେ ବିନା ମାସ୍କରେ ଘରୁ ବାହାରିଲେ ୫୦୦ ଟଙ୍କା ଫାଇନ୍ ପଡିବ ବୋଲି ଗଞ୍ଜାମରେ କଡା କଟକଣା ଲାଗୁ ହୋଇଛି ।