ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ଅଞ୍ଚଳର ଦଲଦଲି ନିକଟରେ ଆଜି ସକାଳେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। ମାଓବାଦୀମାନେ ସମ୍ପୃକ୍ତ ଅଞ୍ଚଳରେ ଏକତ୍ର ହୋଇ ଦେଶ ବିରୋଧି କାର୍ଯ୍ୟ କରିବାକୁ ଯୋଜନା କରୁଥିବା ଖବର ପାଇ ଗତ ୨ଦିନ ଧରି ଏସଓଜି ଯବାନମାନେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ।
ଏହି ସମୟରେ ଆଜି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ପରେ ମାଓବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏହି ପରିପ୍ରେକ୍ଷୀରେ ଘଟଣାସ୍ଥଳରୁ ମାଓ ପୋଷାକ, କିଟ ବ୍ୟାଗ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ସୋଲାର ସମାଗ୍ରୀ ଓ ଖାଦ୍ୟ ସାମଗ୍ରୀ ଜବତ କରିଥିବା ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି.ଖିଲାରୀ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ବର୍ତ୍ତମାନ ମାଓବାଦୀମାନଙ୍କ ତଲାସୀ ଅଭିଯାନ ଜାରି ରହିଛି। ତଦନ୍ତ ଶେଷ ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ଏସପି ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି।