ସମର୍ଥନ ବଦଳିଲେ ମମତା

କୋଲକାତା: ଆଗାମୀ ଲୋକସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ଘୋଷଣା କରିଛନ୍ତି । ମମତା କହିଛନ୍ତି ଯେ, ଯେଉଁଠି କଂଗ୍ରେସ ଦୃଢ଼ ଅଛି ସେଠାରେ ଆମେ ତାକୁ ସମର୍ଥନ କରିବୁ । କଂଗ୍ରେସ ୨୦୦ ସିଟରେ ଯେଉଁଠି ମଜଭୁତ ଅଛି, ଆମେ ଯେଉଁ ଗଣନା କରିଛୁ ଲଢ଼ିବାକୁ ଦେବୁ । କିନ୍ତୁ ସେମାନଙ୍କୁ ଅନ୍ୟ ଦଳକୁ ମଧ୍ୟ ସମର୍ଥନ କରିବାକୁ ପଡ଼ିବ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ, କର୍ଣ୍ଣାଟକରେ ଯଦି ଆମେ ଆମ ଆଦମି ପାର୍ଟିର ସମର୍ଥନ କରିବୁ ଆଉ ପଶ୍ଚିମବଙ୍ଗରେ ସେମାନେ ଆମ ବିରୁଦ୍ଧରେ ଲଢ଼ିବେ, ତା’ ହେଲେ ଏମିତି ନୀତି ଚଳିବନି । କିଛି ଭଲ ହାସଲ କରିବାକୁ ହେଲେ କିଛି କ୍ଷେତ୍ରରେ ବଳିଦାନ ଦେବାକୁ ପଡ଼ିବ ।