ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ ମଙ୍ଗଳବାର ଦିନ ୧୦ଟା ୩୦ ମିନିଟରେ ମହାରାଷ୍ଟ୍ର ମାମଲାର ଶୁଣାଣି କରି କହିଛନ୍ତି ଯେ ଆଗାମୀ ୨୭ ତାରିଖ ସନ୍ଧ୍ୟା ୫ଟା ସମୟରେ ଫ୍ଲୋର ଟେଷ୍ଟ ହେବ। ଏହି ଫ୍ଲୋର ଟେଷ୍ଟର ସିଧା ପ୍ରସାରଣ ପାଇଁ ମଧ୍ୟ ନିର୍ଦେଶ ଦେଲେ ସୁପ୍ରିମ କୋର୍ଟ।
ସୂଚନାଅନୁଯାୟୀ, ମହାରାଷ୍ଟ୍ରରେ ଶରଦ ପାୱାର-ଠାକରେଙ୍କୁ ଚକମା ଦେବାପରେ ବିଜେପି ସରକାର ଗଠନକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାକୁ ନେଇ ସୁପ୍ରିମକୋର୍ଟ ଜରୁରିକାଳୀନ ଭିତ୍ତିରେ ମାମଲାର ଶୁଣାଣି କରିଥିଲେ ମଧ୍ୟ ସୋମବାର କୌଣସି ନିଷ୍ପତ୍ତି ଶୁଣାଇ ନଥିଲେ।
ବିନା ସଂଖ୍ୟାଗରିଷ୍ଠତାରେ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜିତ୍ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିବାରୁ ଏହାକୁ ବିରୋଧ କରି ଶିବସେନା-ଏନସିପି-କଂଗ୍ରେସ ସର୍ବୋଚ୍ଚ ଅଦାଲତକୁ ଯାଇଥିଲେ। ବିଧାନସଭାରେ ତୁରନ୍ତ ବହୁମତ ପରୀକ୍ଷା ପାଇଁ ଦାବି କରି ଏହି ୩ ଦଳ ଆବେଦନ କରିଥିଲେ। କୋର୍ଟର ତିନି ଜଣିଆ ଖଣ୍ଡପୀଠ ସୋମବାର ୮୦ ମିନିଟ୍ ଧରି ମାମଲାର ଶୁଣାଣି କରିବା ପରେ ରାୟ ମଙ୍ଗଳବାର ଶୁଣାଇବେ ବୋଲି କହିଥିଲେ। ହେଲେ ସୁପ୍ରିମକୋର୍ଟ ରାୟଦେଲେ ମହାରାଷ୍ଟ୍ର ମାମଲାର ରାୟ ଆସନ୍ତାକାଲି ହେବ ଫ୍ଲୋର ଟେଷ୍ଟ।