ବଲାଙ୍ଗୀର,ଏନ୍ଏନ୍ଏସ୍ : ଏକ ଆଦିବାସୀ ବହୁଳ ଅଞ୍ଚଳ ହେଉଛି ଗୁଡଭେଲା ବ୍ଲକ । ଏହି ବ୍ଲକରେ ପ୍ରଚୁର ପରିମାଣରେ ମଦ ବିକ୍ରି ହେଉଛି । ତେବେ ଏହି ମଦ ବିକ୍ରିକୁ ବିରୋଧ କରି ମହିଳାମାନେ ଆଗେଇ ଆସିଛନ୍ତି । ଘୁନା ପଂଚାୟତ ମହିଳା ସଂଗ୍ରାମ କମିଟି ୮ ଦଫା ଦାବି ନେଇ ବ୍ଲକ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି । ଘୁନା ଓ ଗୁଡଭେଲା ପଂଚାୟତ ସମେତ ଗୁଡଭେଲା ବ୍ଲକରେ ମଦ ସମ୍ପୁର୍ଣ୍ଣ ବନ୍ଦ କରିବା, ଅଶ୍ଲିଳତା ନଗ୍ନତାର ପ୍ରଚାର ପ୍ରସାର ବନ୍ଦ, ବ୍ଲକରେ ଥିବା ସମସ୍ତ ମଦଭାଟିର ଲାଇସେନ୍ସକୁ ରଦ୍ଦ କରିବା, ଛାତ୍ରୀ ତଥା ମହିଳାମାନଙ୍କୁ ସୁରକ୍ଷା ଯୋଗାଇଦେବା ସହ ଆତ୍ମସୁରକ୍ଷା ତାଲିମ ଦେବା ଏବଂ ବ୍ଲକର ସମସ୍ତ ଚିକିତ୍ସାଳୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, ସମସ୍ତ ବିଦ୍ୟାଳୟରରେ ଶିକ୍ଷକ ନିଯୁକ୍ତି ଓ ଭିତିଭୂମି ଯୋଗାଇଦେବା ସହ ସବୁ ଗାଁକୁ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା ଦାବିରେ ହାତରେ ବିଭିନ୍ନ ପ୍ରକାରର ଫ୍ଲା କାର୍ଡ ଧରି ମହିଳାମାନେ ମଦ ବିରୋଧି ସ୍ଲୋଗାନ ଦେଇ ଘୁନା ପଂଚାୟତରୁ ଏକ ଶୋଭାଯାତ୍ରାରେ ବାହାରି ଗୁଡଭେଲା ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ôଚଥିଲେ । ସେଠାରେ ସେମାନେ ଦୀର୍ଘ ସମୟ ଧରି ପ୍ରତିବାଦ କରିଥିଲେ ।
ମଦ ଯୋଗୁଁ ପ୍ରତ୍ୟେକ ଦିନ ଛାତ୍ରୀ ଓ ମହିଳାମାନଙ୍କ ଉପରେ ମାନସିକ ଓ ଶାରୀରିକ ଅତ୍ୟା·ର ବଢି·ଲିଛି, ଦୁଷ୍କର୍ମ, ଅସଦାଚରଣ ଓ ନାରୀ ନିର୍ଯ୍ୟାତନା ବଢି·ଲିଛି। ମହିଳାମାନେ ରାସ୍ତାରେ ମୁଣ୍ଡଟେକି ·ଲିପାରୁ ନାହାନ୍ତି। ବିଭିନ୍ନ ସମୟରେ ଚୋରୀ, ଡକାୟତ ଭଳି ଅସାମାଜିକ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି। ଲୋକଙ୍କ ପରିବାର ଉଜୁଡିଯାଉଛି। ତେଣୁ ଆଗାମୀ ଦିନରେ ମଦ ବନ୍ଦ ନ କଲେ ଆଇନକୁ ହାତକୁ ନେବା ପାଇଁ ବାଧ୍ୟ ହେବୁ ବୋଲି ମୁଖ୍ୟ ବକ୍ତା ଭାବେ ମହିଳା ସାଂସ୍କୃତିକ ସଂଗଠନର ରାଜ୍ୟ କମିଟି ସଭ୍ୟା ମନ୍ଦୋଦରୀ ରାଉଳ ଯୋଗଦେଇ ଚେତାବନୀ ଦେଇଥିଲେ।
ଅମ୍ବିକା ନନ୍ଦଙ୍କ ସଭାପତିତ୍ୱରେ ଅଂଚଳର ମହିଳା ସଂଗ୍ରାମ କମିଟିର ସଭାନେତ୍ରୀ କ୍ଷିତିସୂତା ପାତ୍ର, ସଂପାଦିକା ତିଲୋତ୍ତମା ଭୋଇ, ଉର୍ମିଳା ରଣା, ଯାଜ୍ଞସିନୀ ପଧାନ, ବୃନ୍ଦାବତୀ ଧରୁଆ, ଫୁଲବାସୀ ଭେସ୍ରା, ଟିକେବାଲି ସୁନା, ପଦ୍ମିନୀ ରଣା, ଭୂମିସୁତା ମହାନନ୍ଦ, ହେମକାନ୍ତୀ ଭୋଇ ଓ କଳ୍ପନା ଭୋଇ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଆନ୍ଦୋଳନର ସମର୍ଥନରେ ଏଆଇଡିଏସଓର ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ପୂର୍ବତନ ସଭାପତି ସୁନିଲ ଭୋଇ, ଏଆଇଡିୱାଇଓ ଯୁଗେଶ୍ୱର ରଣା ଓ ପାଟଣାଗଡର ମହିଳା ନେତ୍ରୀ ଚନ୍ଦ୍ର କାନ୍ତୀ ସାହୁ, ପଂଚାୟତ ତରଫରୁ ବିପିନ ଭୋଇ, ଶରତ ଭୋଇ, ଖଗେଶ୍ୱର ମହାନନ୍ଦ, କିଶୋର ମହାନନ୍ଦ, ପ୍ରଶାନ୍ତ ଭୋଇ, ଅନନ୍ତ ରଣା ଓ ସ୍ୱାଧିନ ରଣା ପ୍ରମୁଖ ଉପସ୍ଥିତ ଥିଲେ ।