ଲୁଟିଲେ, ଧରାପଡ଼ି ଛେଚା ଖାଇଲେ

ବଲାଙ୍ଗୀର,ଏନ୍ଏନ୍ଏସ୍: ଆଜି ସନ୍ଧ୍ୟାରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଉଥିବାବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡି ନିର୍ଧୁମ ଛେଚା ଖାଇଛନ୍ତି। ବ୍ୟାଙ୍କ କର୍ମଚାରୀ ଆସୁଥିବା ସମୟରେ ଗୁଡମେରା-ଜାମୁତ୍ ରାସ୍ତାର ଯୋଗୀମରା ଛକରେ ୨ଟି ବାଇକରେ ୪ଟି ମୁକାପିନ୍ଧା ଲୁଟେରା ତାଙ୍କୁ ଅଟକାଇଥିଲେ।

ପରେ ଲୁଟେରାମାନେ କର୍ମଚାରୀଙ୍କୁ ଲୁହାରଡ୍ ଓ ଧାରୁଆ ଅସ୍ତ୍ରରେ ପିଟିଥିଲେ। ତେବେ ଲୁଟ କରି ସେଠାରୁ ଚାଲିଯାଉଥିବା ସମୟରେ କିଛି ଦୂରରେ ସ୍ଥାନୀୟ ଲୋକ କାବୁ କରିନେଇଥିଲେ। ପରେ ଲୋକେ ଲୁଟେରାଙ୍କୁ ନିର୍ଧୁମ ପିଟି ପୁଲିସକୁ ଜିମା ଦେଇଥିଲେ। ବ୍ୟାଙ୍କ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଅଛି।