ରେଡ୍ ବୁଲ୍ ପକ୍ଷରୁ ଡିସେମ୍ବର ୧୮ରେ କିଟ ଫେଷ୍ଟରେ ଯୁବ ସଙ୍ଗୀତ ର୍ନିମାତା ରିତବୀଜଙ୍କୁ ଉପସ୍ଥାପିତ କରାଯିବ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଭାରତର ଅନ୍ୟତମ ଲୋକପ୍ରିୟ ଯୁବ ସଙ୍ଗୀତ ର୍ନିମାତା ରିତବୀଜ ଶ୍ରୀବାସ୍ତବଙ୍କୁ କିଟ ଫେଷ୍ଟ ପଟିଆରେ ଉପସ୍ଥାପନ କରାଯିବ। ଏହି କାର୍ଯ୍ୟକ୍ରମରେ ସଂନ୍ଧ୍ୟା ୭ଟା ୩୦ ମିନିଟରେ ପଟିଆର କିଟରେ ଆରମ୍ଭ ହେବ। ୨୩ ବର୍ଷୀୟ ରିତବୀଜ ସେଭଳି ବହୁତ କଳାକାର ମାନଙ୍କ ମଧ୍ୟରେ ଅନ୍ୟତମ ଯେଉଁମାନେ ସଫଳତାର ଏତେ ଉଚ୍ଚକୁ ଉଠିପାରିଛନ୍ତି ଏବଂ ସେହି ଲୋକପ୍ରିୟତାକୁ ମଧ୍ୟ ଧରି ରଖିବାରେ ସକ୍ଷମ ହୋଇଛନ୍ତି।

୨୦୧୭ ଡିସେମ୍ବରରେ ଭାରତୀୟ ପାରମ୍ପରିକ ସଙ୍ଗୀତ, ହିପ୍-ହପ୍ ଓ ଇଲେକ୍ଟ୍ରୋନିକା ବିନା ସେ ହିଟ ଗୀତ ଉ‡ ଗୟେ ଜରିଆରେ ପ୍ରସିଦ୍ଧିର ଶୀର୍ଷରେ ପହଂଚିଥିଲେ। ଏହାକୁ ସାରା ଭାରତରେ ପ୍ରଶଂସା କରାଯାଇଥିଲା ଏବଂ ତାହା ହିଟ ସାବ୍ୟସ୍ତ ହୋଇ ବିଭିନ୍ନ ପ୍ଲାଟଫର୍ମରେ ୫୦୦ ନିୟୁତରୁ ଅଧିକ ଥର ସର୍ଚ କରାଯାଇଥିଲା। ସେହି ଦିନ ଠାରୁ ରୀତବିଜଙ୍କ ଗୁରୁôତ୍ୱ ବିଯାଇଥିଲା।

ଏହା ପରେ ୨୦୧୮ ଓ ୨୦୧୯ରେ ସେ ଭାରତୀୟ ଇଲେକ୍ଟ୍ରୋନିକା ସଙ୍ଗୀତ କ୍ଷେତ୍ରରେ ନିଜ ନାମକୁ ଆହୁରି ଉଚ୍ଚକୁ ନେଇଥିଲେ। ତାଙ୍କର ନିଆରା ଶେଳୀକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଥିଲା। ୨୦୧୯ରେ ସ୍ପେଟିଫାଏ ପ୍ଲାଟଫର୍ମର ଫେବ୍ରୁଆରି ୨୦୧୯ରେ ଭାରତରେ ଉନ୍ମୋଚନ ପରେ ସେ ହେଉଛନ୍ତି ସର୍ବାଧିକ ଷ୍ଟ୍ରିମ ହେଉଥିବା କଳାକାର। ଏଥିରେ ତାଙ୍କର ପ୍ରଥମ ଆଲବମ ବେଦର ବହୁତ ଅବଦାନ ରହିଛି। ବର୍ତମାନ ସେ ତାଙ୍କର ସୋଫମର ଆଲବମ ଦେବ ଉପରେ କାମ କରୁଛନ୍ତି।