୬୫ବର୍ଷରୁ ଉଦ୍ଧ୍ୱର୍ ଆଇନଜୀବୀଙ୍କୁ ଅଦାଲତ ନ ଆସିବାକୁ ପରାମର୍ଶ

କଟକ,ଏନ୍ଏନ୍ଏସ୍ : ଭୟଙ୍କର କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ୬୫ବର୍ଷରୁ ଉଦ୍ଧ୍ୱର୍ ଆଇନଜୀବୀଙ୍କୁ ଅଦାଲତ ନ ଆସିବାକୁ ଆଜି ହାଇକୋର୍ଟ ପରାମର୍ଶ ଦେଇଛନ୍ତି। କରୋନା ଚିତ୍ରରୁ ଏହା ସ୍ପଷ୍ଠ ଯେ ଦେଶରେ କରୋନା ସଂକ୍ରମଣ ସଂଖା ୫୦ ହଜାର ଟପିଥିବାବେଳେ ଓଡିଶାରେ ମଧ୍ୟ ଏହି ସଂଖ୍ୟା ଦୃତ ଗତିରେ ବଢି ଚାଲିଛି। ରାଜ୍ୟର ୧୮ଟି ଜିଲ୍ଲାରେ କରୋନା ପହଁଚି ସାରିଥିବବେଳେ ଏଥିରେ ବୟସ୍କ, ବୃଦ୍ଧ, ଏକାଧିକ ରୋଗରେ ପିଡିତ ବକ୍ତି ବିଶେଷଜ୍ଞ ଜୀବନହାନୀ ହେଉଛି।