କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦିଲ୍ଲୀ ଗଲେ ଓକିଲ ସଂଘ

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟର ସ୍ତ।ୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ କଳାହାଣ୍ଡି ଓକିଲ ସଂଘର ୩୫ ଜଣିଆ ପ୍ରତିନିଧି ଦଳ ରବିବାର ଦିଲ୍ଲୀ ଯାଇ ପ୍ରଧାନ ମନ୍ତ୍ରୀ, ରାଷ୍ଟ୍ରପତି ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି।

ତେବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସମସ୍ତ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ରବିବାର ସକାଳୁ ଓକିଲମାନଙ୍କ ଟ୍ରେନ ଟିକେଟ ହୋଇପାରିନଥିବାରୁ ଓକିଲଙ୍କ ଦିଲ୍ଲୀ ଗସ୍ତ ବାତିଲ ହୋଇଯାଇଛି । ଫଳରେ ସାଂସଦଙ୍କ ପାରିବା ପଣିଆକୁ ଓକିଲମାନେ ନାପସନ୍ଦ କରିବା ସହ ମାଣିକେଶ୍ୱରୀ ମନ୍ଦିରଠାରେ ଓକିଲମାନେ ଏକତ୍ରିତ ହୋଇ କଳାହାଣ୍ଡିରେ ହାଇକୋର୍ଟ ସ୍ତ।ୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି।