କଳାହାଣ୍ଡି,ଏନ୍ଏନ୍ଏସ୍: ନୂତନ ବର୍ଷରେ କେରଳରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୨ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । କେରଳର ଭିନ୍ନ ଭିନ୍ନ ସ୍ଥାନରେ ମୃତ୍ୟୁ ମୁଖରେ ପଡିଛନ୍ତି ଦାଦନ ଶ୍ରମିକ ମୂଷାନାଳର ଗ୍ରାମର ପ୍ରଦୀପ ହରିଜାନ(୩୫) ଓ କେନ୍ଦୁଗୁଡା ଗ୍ରାମର ମୁଗୁନା ମାଝୀ(୩୪) । ଏ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଗାଁ’ର ରାମତୁ ମାଝୀଙ୍କ ପୁଅ ହେଉଛନ୍ତି ମୁଗୁନା ମାଝୀ(୩୫) ।
ସେ ଆଜକୁ ୨ ବର୍ଷ ହେଲା କେରଳ ରାଜ୍ୟର ପ୍ରେମ ଶାବର ଜିଲ୍ଲାର ପାକିପାଲମ ଅଞ୍ଚଳର ଏକ କ୍ରସରରେ କାମ କରୁଥିଲେ । ବୁଧବାର ସଂନ୍ଧ୍ୟା ୫ଟା ସମୟରେ କ୍ରସର ଚାଲୁଥିବାବେଳେ ବେଲ୍ଟ ଉପରୁ ୨୦ ଫୁଟ ତଳେ ପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଥିଲା । ମୃତ ମୁଗୁନା ମାଝୀଙ୍କ ପରିବାରରେ ତାଙ୍କ ସ୍ତ୍ରୀ କୁମୁଟାଣି ମାଝୀ (୨୭) ଓ ତିନି କନ୍ୟା ଉଜା ମାଝୀ (୬), ଲିଜା ମାଝୀ (୪) ଓ ପୂଜା ମାଝୀ (୮ମାସ) ନିଜ ଗାଁ କେନ୍ଦୁଗୁଡାରେ ଥିଲେ। ଏ ଖବରପାଇ ମୁଗୁନାଙ୍କ ପରିବାର ଓ ଗ୍ରାମବାସୀ ଶବ ଆଣିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ।ଏହି ସମୟରେ କ୍ରସମାଲିକ ଶବ ବ୍ୟବଛେଦ କରି ଗାଁ କୁ ପଠାଇଦେଇଥିବା ଜଣା ପଡ଼ିଛି ।