ମାଲକାନଗିରି,ଏନ୍ଏନ୍ଏସ୍ : କିନ୍ନର ମାନଙ୍କୁ ନିଯୁକ୍ତି ଦାବି ନେଇ ଆଜି କିନ୍ନର ମହାସଂଘ ପକ୍ଷରୁ ମାଲକାନଗିରି ସାମାଜିକ ଭିନ୍ନକ୍ଷମ ସଶସ୍ତ୍ରିକରଣ ବିଭାଗହ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଞ୍ଜନ ଦାସଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଘେରାଉ କରିଥିଲେ। ମୁଖ୍ୟତଃ ପ୍ରଶାସନ ପକ୍ଷରୁ ୧୦ଜଣ କିନ୍ନରଙ୍କୁ ସେକୁରିଟି ଗାର୍ଡ ତାଲିମ ନିମନ୍ତେ ପଠା ଯାଇଥିବା ବେଳେ ମାତ୍ର ୫ଜଣଙ୍କୁ ହିଁ ନିଯୁକ୍ତି ମିଳିଛି।
ଆମ୍ଭମାନଙ୍କୁ ବର୍ତମାନ ସୁଦ୍ଧା ମିଳି ପାରିନାହିଁ। ତେବେ ଆତ୍ମ ନିର୍ଭରଶୀଳ ହୋଇ ବଂଚିବା ପାଇଁ କିନ୍ନରଙ୍କୁ ସରକାର ସୁବିଧା ଦେଉଥିବା କହୁଥିବା ବେଳେ ଜିଲ୍ଲାରେ ୪୧ଜଣ କିନ୍ନରଙ୍କୁ ଚିହ୍ନଟ କରା ଯାଇଥିଲା। ସେମାନଙ୍କୁ ମଧ୍ୟ ସେଭଳି ଆଖିଦୁର୍ସିଆ କୌଣସି ସରକାରୀ ସୁବିଧା ସୁଯୋଗ ମିଳି ପାରିଲାନାହିଁ ବୋଲି ଅଭିଯୋଗ କରିଛନ୍ତି। ଜିଲ୍ଲାରେ କିନ୍ନରଙ୍କ ନିଯୁକ୍ତି ପ୍ରକ୍ରିୟା ସରିଛି। ଏଥିନିମନ୍ତେ ବିଭିନ୍ନ ବିଭାଗକୁ ଲିଖିତ ଜଣାଇ ଦିଆଯାଇଛି। ଖାଲିଥିବା ସ୍ଥଳେ ଏମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ଏସ୍.ଏସ୍.ସି.ଓ ଶ୍ରୀ ଦାସ ପ୍ରକାଶ କରିଛନ୍ତି।