ଲକଡାଉନ୍ ସମୟରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି ବିଧାୟକ ଅତନୁ ଜିଲ୍ଲା By Nitidin On Apr 6, 2020 Share କେନ୍ଦ୍ରାପଡା,ଏନ୍ଏନ୍ଏସ୍ : କରୋନା ସଂକ୍ରମଣକୁ ରୋକିବାକୁ ଲକ୍ ଡାଉନ ଜାରି ରହିଛି। ଏହି ବିପଦ ସମୟରେ ସମସ୍ତେ ନିଜଘରେ ରହୁଥିବା ବେଳେ ସବୁଠୁ ବେଶି ସମୟ ନିଜ ନିର୍ବାଚନ ମଣ୍ଡଳୀରେ କାଟୁଥିବା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଦୁଇଟି ବ୍ଲକ ମାର୍ଶାଘାଇ ଓ ମହାକାଳପଡ଼ାରେ କରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତୀ ବ୍ୟବସ୍ଥା ସଂପର୍କରେ ବୁଲି ଦେଖିଛନ୍ତିି। ବିଧାୟକ ଶ୍ରୀ ନାୟକ କରୋନାକୁ ନେଇ ମାର୍ଶାଘାଇ ଓ ମହାକାଳପଡ଼ାରେ ପ୍ରସ୍ତୁତ କରାଯାଇଥିବା ଆଇସୋଲେସନ ସେଂଟରରେ ପହଁଚି ବୁଲିଦେଖିଥିଲେ। ସେଠାରେ ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ କିପରି ପ୍ରସ୍ତୁତି କରାଯାଇଛି ସେ ସଂପର୍କରେ ପଚାରି ବୁଝିଥିଲେ। ଏଥିସହିତ ସେ ମଧ୍ୟ ମହାକାଳପଡ଼ା ଓ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସହିତ ରୋଗୀମାନଙ୍କ ଚିକିତ୍ସା ବ୍ୟବସ୍ଥା ଓ ରାଜ୍ୟ ତଥା ଦେଶ ବହାରୁ ଆସି ହୋମକ୍ୱାରେଂଟାଇନରେ ରହୁଥିବା ଲୋକମାନଙ୍କ ସଂପର୍କରେ ପଚାରି ବୁଝିଥିଲେ। ସେହିପରି ଏହି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗରିବ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କ ନିମନ୍ତେ ଚାଲିଥିବା ରନ୍ଧାଖାଦ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ସହିତ ଏହାର ସୁପରିଚାଳନା ସଂପର୍କରେ ଦୃଷ୍ଟି ରଖିବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସମସ୍ୟାକୁ ସେ ପ୍ରାଥମିକତା ଦେବାସହିତ ଏହି ସମୟରେ ସମସ୍ତେ ନିଜ ଘରେ ରହି ଲକଡାଉନ ପାଳନ କରିବା ସହିତ ପ୍ରଶାସନକୁ ସହଯୋଗ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ। Share