ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଉ ଏହାକୁ ରୋକିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ୫-ଟି ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ୫-ଟିରେ ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ, ଟିମୱାର୍କ, ଟ୍ରେକିଂ ରହିଛି। ପ୍ରଥମ ଟି ତଥା ଟେଷ୍ଟି ସମ୍ପର୍କରେ କେଜ୍ରିୱାଲ କହିଛନ୍ତି କି, ଯେଉଁ ଦେଶରେ ଟେଷ୍ଟିଂ ପ୍ରକ୍ରିୟା ଜୋରସରରେ କରାଯାଇ ନାହିଁ ସେଠାରେ ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି। ଏଥିପାଇଁ ଦିଲ୍ଲୀ ସରକାର ଟେଷ୍ଟିଂ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ଟିରେ ଯଦି ଜଣେ କରୋନା ପଜିଟିଭ ବୋଲି ଜଣାପଡ଼ିବ କେଉଁ କେଉଁ ବ୍ୟକ୍ତିଙ୍କ ସହ ମିଳାମିଶା କରିଛନ୍ତି ତାହା ତୁରନ୍ତ ଖୋଜାଯିବ। ତୃତୀୟ ଟି ତଥା ଟ୍ରିଟମେଣ୍ଟ ପାଇଁ ଅଧିକ ବେଡର ବ୍ୟବସ୍ଥା କରାଯାଇଛି। କରୋନା ବିରୁଦ୍ଧରେ ଏକାକି ଲଢ଼ି ହେବ ନାହିଁ ସେଥିପାଇଁ ଚତୁର୍ଥ ଟି ଅନୁସାରେ ଆଜି ସମସ୍ତ ରାଜ୍ୟ ସରକାର ମିଳିମିଶି କାର୍ଯ୍ୟ କରୁଛନ୍ତି। ପଞ୍ଚମ ଟି ଅନୁସାରେ ସବୁ ଯୋଜନାକୁୁ ଭଲଭାବେ ପରିଚାଳନା କରିବା ମୋ ନିଜର ଦାୟିତ୍ୱ ବୋଲି କେଜ୍ରିୱାଲ ସୂଚନା ଦେଇଛନ୍ତି।