ପ୍ଲାଜମା ଦେବାକୁ ଆଗେଇ ଆସିଲେ କନିକା

ମୁମ୍ବାଇ: କରୋନା ପ୍ରକୋପ ଜାରି ରହିଥିବାବେଳେ ଏଥିରୁ ବର୍ତ୍ତିବା ପାଇଁ ସରକାର ମଧ୍ୟ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ଲାଜମା ଥେରୋପୀ ଏଥିରେ ଏକ ବିଶେଷ ଭୂମିକା ଗ୍ରହଣ କରିଥିବା ବେଳେ ଅନେକ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ନିଜ ପ୍ଲାଜମା ଦେବା ପାଇଁ ଆଗେଇ ଆସୁଛନ୍ତି। ଇତିମଧ୍ୟରେ ବଲିଉଡ ସିଙ୍ଗର କନିକା କପୁର ମଧ୍ୟ ନିଜ ପ୍ଲାଜମା ଦେବାର ନିଷ୍ପତ୍ତି ନେଇଛନ୍ତି। କନିକାଙ୍କ ପ୍ଲାଜମା ନେବା ପାଇଁ ଉତ୍ତ୍ତରପ୍ରଦେଶସ୍ଥିତ କେଜୀଏମୟୁର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଛି। ଏହି ପରିକ୍ଷା ପରେ କନିକା ପ୍ଲାଜମା ଦେଇପାରିବେ କି ନାହିଁ ସୁନିଶ୍ଚିତ ହେବ। ଯଦି ରିପୋର୍ଟ ପଜିଟିଭ ଆସେ ତେବେ ସେ ପ୍ଲାଜମା ଦେବା ପାଇଁ କେଜୀଏମୟୁ ଯିବେ।