ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବୁଢ଼ୀଜାମରେ କୋଲକତାରୁ ଆସିଥିବା ଜଣେ ୧୮ ବର୍ଷିୟା ଯୁବତୀ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କର କଂଟାକ୍ଟ ଲିଷ୍ଟ ଓ ଟ୍ରାଭେଲ ଲିଷ୍ଟ ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପାଇବାରେ ସକ୍ଷମ ହୋଇଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଭାଇର ଅନ୍ତିମ ସଂସ୍କାରରେ ଯୋଗଦେବାକୁ କୋଲକତା ସ୍ଥିତ ବଡ଼ବଜାରରୁ ଝାରସୁଗୁଡ଼ାକୁ ନିଜ ପରିବାର ଲୋକ (୩)ଜଣ ଓ ଜଣେ ଗାଡ଼ି ଡ୍ରାଇଭର, ଭାଇର ଅନ୍ତିମ ସଂସ୍କାରରେ ସାମିଲଥିବା ପୂଜକ, ଓ ଅନ୍ୟଲୋକେ ମିଶି ୩୧ ଜଣଙ୍କ ସଂପର୍କରେ ଯୁବତୀ ଜଣକ ଆସିଛନ୍ତି। ଯୁବତୀଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ଖୋଜିବାକୁ ଲାଗି ପଡିଥିବାବେଳେ ସମସ୍ତଙ୍କର ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷଣ କରିବ।
ସେହିପରି କରୋନା ସଂକ୍ରମିତ ଯୁବତୀ ଟ୍ରାଭେଲ ହିଷ୍ଟ୍ରି ତଦାରଖର ତଥ୍ୟ ସଂଗ୍ରହ କରିଛି ଝାରସୁଗୁଡା ଜିଲ୍ଲା ପ୍ରଶାସନ। ସେ ନିଜ ପରିବାର ସହିତ ଏକ ଭଡ଼ାଗାଡିରେ ଗତ ୨୨ ତାରିଖ ଅପରାହ୍ନ ୩ଟାରେ କୋଲକତାରୁ ବାହାରି ରାତି ୮ଟା ୩୦ ମିନିଟରେ ଜାମସୋଲା ଗେଟରେ ପ ହଂଚିଥିଲେ। ସେଠାରେ ସେମାନେ ଓଡ଼ିଶା ସୀମାରେ ପଶିବାକୁ ଚେଷ୍ଟା କରି ବିଫଳ ହେଇଥିଲେ। ପରେ ଜାମସେଦପୁର ବୁରସେଲା ଗେଟରେ ରାତି ଶାଢେ ୧୦ଟାରେ ଓଡ଼ିଶାକୁ ପ୍ରବେଶ କରିବାକୁୁ ଚେଷ୍ଟାକରି ବିଫଳ ହୋଇଥିଲେ। ଏହାପରେ ସେମାନେ ଗାଡ଼ିରେ ସମସ୍ତେ ରାତ୍ରୀଯାପନ କରିଥିଲେ। ପରେ ଏମାନେ ୨୩ ତାରଖ ସକାଳ ୯:୩୦ରେ ରାଞ୍ଜି-ଖୁଂଟି-ସିମଡେଗା ବର୍ଡର ଦେଇ ରାଉରକେଲା ବେଦବ୍ୟାସ ରାସ୍ତାରେ ଦେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ଗାନ୍ଧିଛକ ଦେଇ ବ୍ରଜରାଜନଗର ବୁଢୀଜାମ ଠାରେ ଗତ ୨୩ ତାରିଖ ସଂନ୍ଧ୍ୟା ୬ଟା ୩୦ମିନିଟରେ ପହଂଚିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।