ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକରେ ଜେଇ ଭିଡ଼ିଓ ଭାଇରାଲ ଭିଡ଼ିଓ ଘଟଣାରେ ଲଖନପୁର ବ୍ଲକ ର ପଞ୍ଚ ଗାଁ ଗ୍ରାମପଞ୍ଚାୟତ ର ଜିଆରଏସ ପ୍ରଭାତ ସା ଙ୍କୁ କାର୍ଯ୍ୟରୁ ଅନ୍ତର ଓ ଲଖନପୁର ବ୍ଲକ ର କନିଷ୍ଠ ଯନ୍ତ୍ରୀ ପ୍ରକାଶ ସାହୁଙ୍କୁ କାର୍ଯ୍ୟରୁ ଆଜି ଠାରୁ ନିଲମ୍ବନ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ। ଭିଡ଼ିଓ ଭାଇରାଲ ଓ ଗଣମାଧ୍ୟମ ରେ ପ୍ରସାରିତ ହେବା ପରେ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ଙ୍କ ସହ ମନରେଗା ସଂଯୋଜକ ସହ ପ୍ରୋଗ୍ରାମ ଅଫିସର, ଏପିଡିଆରଏଚ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିବା ସହ ତଦନ୍ତ କରିଥିଲେ ଓ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ।
ସୂଚନା ଯୋଗ୍ୟ ଯେ ଝାରସୁଗୁଡା ଜିଲ୍ଲା ପଂଚଗାଁ ପଂଚାୟତରେ ପ୍ରଧାନ ମନ୍ତ୍ରୀ ଆବାସରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରାଯାଇଛି । ଏଥିରେ ପଂଚଗା ପଂଚାୟତର ଜିଆରଏସ ପ୍ରଭାତ ସା ଓ ଲଖନପୁରର ଜୁନିୟର ଇଂଜିନିଅର ପ୍ରକାଶ ସାହୁ ଜଡିତ ଥିବା ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଜୁନିୟର ଇଂଜିନିୟର ଜିଆରଏସ ପ୍ରଭାତ ସା କିପରି ୪ ବର୍ଷରେ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଛନ୍ତି ତାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବଖାଣିଛନ୍ତି ।
ଭାଇରାଲ ଭିଡିଓରେ ସେ କହୁଛନ୍ତି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଏନଆରଇଜିଏସ ସ୍କିମ ଦ୍ୱାର ହିତାଧିକାରୀଙ୍କ ପାଖକୁ ଆସୁଥିବା ଲେବର ପେମେଂଟ ଟଙ୍କା ଜଣକ ପିଛା ୧୬ ହଜାର ହିତାଧୀକାରୀଙ୍କୁ ନଦେଇ ପ୍ରଭାତ ନିଜ ସମ୍ପର୍କିୟଙ୍କ ଆକାଉଣ୍ଟରେ ଜମା କରାଉଥିଲେ । ଏଥିପାଇଁ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଲେବର କାର୍ଡ ଥିବା ଜେଇ ପ୍ରକାଶ କରିଛନ୍ତି ।
ଏହିପରି ଦୂର୍ନିତୀ କରି ପ୍ରଭାତ ସା ବାର୍ଷିକ ୪-୫ ଲକ୍ଷ ଟଙ୍କା ହିସାବରେ ୨୦ ଲକ୍ଷରୁ ଉର୍ଦ୍ଧ ହଡପ କରିଥିବା ଜେଇ ଭଆଇରାଲ ଭିଡିଓରେ ବଖାଣିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ପ୍ରଭାତ ସା ଡ୍ୟୁଟିରେ ଯୋଗଦେଲା ବେଳେ ଜିଆରଏସ କାମ କିଛି ଜାଣି ନଥିଲେ । ସେ ତାଙ୍କୁ କାମ ସିଖାଇଛନ୍ତି । ବିଭିନ୍ନ ଦୂର୍ନିତି ଅଭିଯୋଗରେ ୨୦୧୩ରେ ପଂଚଗା ପ୍ରଭାତ ସା ବିରୋଧରେ ଅଡିଟ ହୋଇ ତଦନ୍ତ ହୋଇଥିଲା ହେଲେ ମଧ୍ୟ ପ୍ରଭାତ କରିଥିବା ଦୂର୍ନିତୀର କୌଣସି ପତ୍ତା ମିଳି ପାରିଲା ନାହିଁ ବୋଲି ଜେଇ କହିଛନ୍ତି । ତେବେ ପଂଚଗା ପଂଚାୟତରେ ହୋଇଥିବା ଦୂର୍ନିତୀକୁ ପଦାରେ ପକାଇବା ପାଇଁ କିଛି ଦିନ ପୂର୍ବେ ରେଙ୍ଗାଲି ଗାଁର ଖୁସିରାମ ପ୍ରଧାନ ଏହା ବାବଦରେ ଜେଇଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଜେଇଙ୍କ ଅଜାଣତରେ ଭିଡିଓ ରେକର୍ଡ କରିଥିଲେ ।